ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

330

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଦମଦାର ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଓି୍ୱକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ଏହି ମ୍ୟାଚରେ ବୋଲିଂ ବାହିନୀଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବଡ ବିଜୟ ହାସଲ କରିଛି ।

ଭାରତ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତ ଆରମ୍ଭରୁ ଆକ୍ରାଣାତ୍ମକ ବୋଲିଂ କରି ନ୍ୟୁଜିଲାଣ୍ଡ ଦଳକୁ ଧରାଶାୟୀ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ୩୬, ସାଣ୍ଟନର ୨୭, ବ୍ରାକୱେଲ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଫଳରେ ଦଳ ୩୪ ଓଭର ୩ ବଲ ଖେଳି ୧୦୮ ରନରେ ଅଲଆଉଟ ହୋଇଯାଇଥିଲା ।

୧୦୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ମୈଦାନକୁ ଓହ୍ଲାଇଥିଲା । ଆରମ୍ଭରୁ କ୍ୟାପଟେନ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ରୋହିତ ୫୧, ଶୁଭବନ ଗିଲଙ୍କ ୪୦ ରନର ଦମଦାର ପାଳି ଖେଳି ଭାରତକୁ ୨୦ ଓଭରରେ ଏହି ମ୍ୟାଚରେ ବିଜୟୀ କରାଇଥିଲେ । ମ୍ୟାଚରେ ଭାରତୀୟ ବୋଲିଂ ବିଭାଗ ଯୋଗୁଁ ଭାରତ ବିଜୟୀ ହୋଇଛି । ଭାରତ ପକ୍ଷରୁ ସାମି ୩, ପାଣ୍ଡ୍ୟା, ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ, ସିରାଜ, ସାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।