ଚେହେରା ଦେଖି ମନ ପଢ଼ୁୁଛନ୍ତି ବାବା ଧୀରେନ୍ଦ୍ର! ଆଶ୍ରମରେ ଜମୁଛି ନେତା, ଅଭିନେତାଙ୍କ ଭିଡ଼

682

କନକ ବ୍ୟୁରୋ: ଛତିଶଗଡ ରାୟପୁରରେ ବାଗେଶ୍ୱର ଧାମରେ ବସିଛନ୍ତି ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଓରଫ ଧୀରେନ୍ଦ୍ର ବାଗେଶ୍ୱର । ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ୨୬ ବର୍ଷୀୟ ଏହି ବାବା ଜଣଙ୍କ ଚେହେରା ଦେଖି ଜଣଙ୍କର ମନ ପଢ଼ି ପାରୁଛନ୍ତି ବୋଲି ଦାବି କରୁଛନ୍ତି । ତେଣୁ ନିଜର ଅତୀତ ଏବଂ ଭବିଷ୍ୟତ ଜାଣିବାକୁ ଭିଡ ଜମିଛି ।

ବିଜ୍ଞାନ ଯୁଗରେ ଏପରି ଭବିଷ୍ୟବାଣୀକୁ ନେଇ ଯଦିଓ ପ୍ରଶ୍ନ ଉଠୁଛି ହେଲେ ବାବା ଯେତେବେଳେ ଜଣଙ୍କୁ ଦେଖି ତାଙ୍କ ବାବଦରେ କହୁଛନ୍ତି ସେତେବେଳେ ବାବାଙ୍କୁ ଅବିଶ୍ୱାସ କରିବା ପ୍ରତିବଦଳରେ ବିଶ୍ୱାସ କରୁଛନ୍ତି ଲୋକେ । କେବଳ ସାଧାରଣ ଲୋକ ନୁହଁନ୍ତି, ନେତା, ଅଭିନେତା ଏବଂ ଶିଳ୍ପପତି ମଧ୍ୟ ବାବାଙ୍କ ଦରବାରକୁ ଆସୁଥିବା ଦେଖିବାକୁ ମିଳିଛି ।

  • ଅନ୍ଧବିଶ୍ୱାସକୁ ଅଗ୍ରାଧିକାର ଦେଉଛନ୍ତି ବାବା?
  • ବାଗେଶ୍ୱରଙ୍କୁ ବିଜେପି ନେତାଙ୍କ ସମର୍ଥନ

ବାବା ଜଣକ ଅନ୍ଧ ବିଶ୍ୱାସର ପ୍ରଚାର କରୁଛନ୍ତି । କିଛି ସଂଗଠନ ଏ ନେଇ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ବାଗେଶ୍ୱରଙ୍କୁ ଖୋଲା ସମର୍ଥନ କରିଛନ୍ତି । ସେ ନିଜେ ଏପରି କରୁନାହାନ୍ତି ବରଂ ସେ ତାଙ୍କ ଇଷ୍ଟଦେବତା ବାଲାଜୀଙ୍କ ପାଇଁ ଏପରି କରିପାରୁଛନ୍ତି ବୋଲି ବାଗେଶ୍ୱର କହୁଥିବା ବିଜୟବର୍ଗୀୟ କହିଛନ୍ତି ।

ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ବାବା ବାଗେଶ୍ୱରଙ୍କ ବିଭିନ୍ନ ଭିଡିଓ । ତାଙ୍କୁ ବଦନାମ କରିବା ପଛରେ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି ।