ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ପାଇଁ ଆଇସିସି ଘୋଷଣା କଲା ପୁରସ୍କାର ରାଶି, ଚାମ୍ପିୟନ ଦଳ ଉପରେ ହେବ ଧନବର୍ଷା

8,117

କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ କ୍ରିକେଟ କାଉଁସିଲ ବା ଆଇସିସି ପକ୍ଷରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ ବିଶ୍ୱର ୧୦ଟି ବଡ କ୍ରିକେଟ ଟିମ୍ ନିଜର ଭାଗ୍ୟ ପରୀକ୍ଷା କରିବେ । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅର୍ଥାତ ଆଇସିସି ତରଫରୁ ଏହି ବିଶ୍ୱକପରେ ମୋଟ ୧କୋଟି ଡଲାରର ପୁରସ୍କାର ରାଶି ବିତରଣ କରିବ ।

ବିଶ୍ୱକପପରେ ଚାମ୍ପିୟନ ଟିମକୁ ପାଖାପାଖି ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିଭଳି ଉପ ବିଜେତା ଟିମ୍ ଉପରେ ବି ଟଙ୍କା ବର୍ଷା ହେବ । ବିଶ୍ୱକପ ଫାଇନାଲରେ ପରାଜିତ ଟିମକୁ ପାଖାପାଖି ୧୬.୫୯ କୋଟି ଟଙ୍କା ମିଳିବ । ସେମିଫାଇନାଲରେ ପରାଜିତ ହେଲେ ଦୁଇଟି ଟିମକୁ ୬.୬୩ କୋଟି ଟଙ୍କା ଲେଖାଏଁ ମିଳିବ । ଏହାସହ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ ଯେଉଁ ଟମ୍ ଜିତିବ ସେମାନଙ୍କୁ ୩୩.୧୭ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।

ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ୱକପ୍ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ୍ ଆରମ୍ଭ ହେବ । ବିଶ୍ୱର ସର୍ବବୃହତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଘରୋଇ ମାଟିରେ ଆଇସିସି ଟୁର୍ଣ୍ଣାମେଣ୍ଟ ଖୋଳାଯିବାକୁ ଥିବା ବେଳେ କପ୍ ହାତେଇବା ପାଇଁ ଭାରତ ପାଖରେ ସୁଯୋଗ ରହିଛ ିା ଭାରତ ଶେଷଥର ପାଇଁ ୨୦୧୩ ମସିହାରେ ଚମ୍ପିୟାନ ଟ୍ରଫି ବିଜୟୀ ହୋଇଥିଲା ।