କେମିତି ପାଇଲେ ଆଇଏଏସ୍ ? ସଫଳତାର ସୂତ୍ର କହିଲେ, କୃତି ପରୀକ୍ଷାର୍ଥୀ

521

କନକ ବ୍ୟୁରୋ : ସଫଳତାର ସୂତ୍ର ବଖାଣିଛନ୍ତି ଆଇଏଏସ । ଭଲ ର୍ୟାଙ୍କ ସହ କୃତକାର୍ଯ୍ୟ ହେବା ପାଇଁ କେତେ ସଂଘର୍ଷ କରିବାକୁ ପଡେ ତାହା ବର୍ଣ୍ଣନା କରିଛନ୍ତି । ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପ୍ରସ୍ତୁତି କଲେ ସଫଳତା ମିଳେ କହିଛନ୍ତି ୪୨ ନମ୍ବର ରାଙ୍କରେ ଥିବା ପ୍ରଣିତ । ସେହିପରି କସ୍ତରୀ ପଣ୍ଡା କହିଛନ୍ତି ଏହା ଏକ ଲମ୍ବା ପ୍ରକ୍ରିୟା । ଏଥିପାଇଁ ଧର୍ଯ୍ୟର ଆବଶ୍ୟକତା ରହିଛି ।

ପ୍ରକାଶ ପାଇଥିବା ୟୁପିଏସସି ବା ଆଇଏଏସ ପରୀକ୍ଷାରେ ଇଶିତା କିଶୋର ଟପ୍ପର ହୋଇଛନ୍ତି । ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉମା ହାରଥି ତୃତୀୟ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି । ମୋଟ୍ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ ପାଇଥିବା ବେଳେ ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ପାଇଛନ୍ତି । ୯୩୩ କୃତକାର୍ଯ୍ୟଙ୍କ ମଧ୍ୟରୁ ଓଡିଶାରୁ ୨୬ ଜଣ ରହିଛନ୍ତି । ଏହି ୨୬ ଜଣଙ୍କ ମଧ୍ୟରେ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ରହିଛନ୍ତି ।

ଆପ୍ଟିପ୍ଲସର ଛାତ୍ରଛାତ୍ରୀ ଏହା ପୂର୍ବରୁ ଓଏଏସ୍‌ ପରୀକ୍ଷାରେ ମଧ୍ୟ ବାଜିମାତ୍‌ କରିଥିଲେ। ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସଫଳତାର ସହ ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ରୢାଙ୍କରେ ସ୍ଥାନରେ ରହିଥିଲେ। ଏଥିସହ ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩-୨୪ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆପ୍ଟିପ୍ଲସରେ ଏନ୍‌ସିଇଆରଟି ଫାଉଣ୍ଡେସନ କୋର୍ସ ସହ ଆଡଭାନ୍ସ ଲେବୁଲ୍‌ର ପାଠ୍ୟକ୍ରମ ଦିଆଯାଉଛି । ସମସ୍ତ ପ୍ରକାର ଆବଶ୍ୟକ ପାଠ୍ୟପୁସ୍ତକ ସହ ଲାଇବ୍ରେରି ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ । ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ ।

ଆପ୍ଟିପ୍ଲସର ନିର୍ଦ୍ଦେଶକ ସୁସିଜିତ୍‌ ସାହୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟସ୍ତରରେ ପ୍ରତିଷ୍ଠିତ କରିବା ଲାଗି ଆପ୍ଟିପ୍ଲସ୍‌ ସର୍ବଦା ପ୍ରୟାସ ଜାରି ରହିଛି । ଜାତୀୟ ସ୍ତରରେ ନାମ କାରିଥିବା ଅଧ୍ୟାପକମାନେ ଏଠାକୁ ଆସି ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି । ଯେଉଁଥିପାଇଁ ପ୍ରତିଟି ପରୀକ୍ଷାରେ ଆପ୍ଟିପ୍ଲସର ପିଲାମାନେ ସଫଳତା ଦୋହରାଉଛନ୍ତି । ଏହି ସଫଳତାର ଧାରା ଜାରି ରଖିବାକୁ ଆମେ ସଂକଳ୍ପବଦ୍ଧ‌ ବୋଲି ମତ ପ୍ରକାଶ କରିଛନ୍ତି ।