ମହଙ୍ଗା ପଡ଼ିଲା ସୁନା ଶଂଖ କାରବାର: ଅଗ୍ରୀମ ୪୦ ହଜାର ଟଙ୍କା ନେଇ ନକଲି ସୁନା ଶଂଖ ଦେବାକୁ ହୋଇଥିଲା ମସୁଧା

171

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ନକଲି ସୁନା ଶଂଖ କାରବାର । ଅନ୍ୟକୁ ଫସଇବାକୁ ଉଦ୍ୟମ କରିବାକୁ ଯାଇ ନିଜେ ଫସିଗଲେ ଯୁବକ । ସୁନା ଶଂଖ ବାବଦରେ ଟଙ୍କା ଦେବା ପାଇଁ ଡାକି ଯୁବକଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ୬ଲକ୍ଷ ଟଙ୍କା ଦାବି କରିଥିଲେ ମଧ୍ୟପ୍ରଦେଶର ଜଣେ ଭଣ୍ଡବାବା ଓ ତାଙ୍କ ସମର୍ଥକ । ଅପହୃତ ହୋଇଥିବା ଯୁବକଙ୍କ ପତ୍ନୀ ଥାନାରେ ଦ୍ୱାରସ୍ଥ ହେବା ପରେ ନବରଙ୍ଗପୁର ପୁଲିସ ମଧ୍ୟପ୍ରଦେଶରୁ ଯୁବକଙ୍କୁ ଉଦ୍ଧାର କରିଛି । ଗିରଫ ହୋଇଥିବା ଭଣ୍ଡବାବାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ମୈଦଲପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ସୂଚନା ଦେଇଛି । ପୋଲିସ ସୂଚନା ଅନୁସାରେ ନବରଙ୍ଗପୁର ମଇଦଲପୁର ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ରବିନ୍ଦ୍ର ମିର୍ଗାନ ୨ ଲକ୍ଷ ଟଙ୍କା ବଦଳର ସୁନା ଶଂଖ ଦେବି ବୋଲି କରି ମଧ୍ୟପ୍ରଦେଶର କିଛି ବ୍ୟକ୍ତଙ୍କ ଠାରୁ ଅଗ୍ରିମ ୪୦ ହଜାର ଟଙ୍କା ଆଣିଥିଲେ ।

ସେହି ବ୍ୟକ୍ତିମାନେ ସୁନା ଶଂଖ ପାଇବା ଆଶାରେ ବାରମ୍ବାର ମୈଦଲପୁର ଅଂଚଳକୁ ଗସ୍ତ କରୁଥିଲେ । ଶେଷରେ ରବିନ୍ଦ୍ର କୁଆଡ଼େ ଏକ ନକଲି ସୁନା ଶଂଖ ତାକୁ ଦେଖାଇଥିଲା । ସେହି ଲୋକମାନ ତାଙ୍କ ଗାଁକୁ ଯାଇ ମୂଲଚଲ କରି ଟଙ୍କା ଦେବେ ବୋଲି କହିଥିଲେ । ତେବେ ସେହି ଶଂଖ ନେଇ ତାକୁ ଯାଂଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଅଗ୍ରୀମ ନେଇଥିବା ୪୦ ହଜାର ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ଏହା ପୂର୍ବରୁ ରବିନ୍ଦ୍ରକୁ ସେମାନେ ମଧ୍ୟପ୍ରଦେଶ ନେଇଯାଇଥିଲେ । ସେଠାରେ ରବିନ୍ଦ୍ରକୁ ବନ୍ଦ କୋଠରୀରେ ଅଟକ ରଖି ତାଙ୍କ ପରିବାର ଲୋକଙ୍କ ୬ଲକ୍ଷ ଟଙ୍କା ଦାବି କରିଥିଲେ ୪୦ ହଜାର ଟଙ୍କା ଦେଇଥିବା ଲୋକେ । ଏହା ପୂର୍ବରୁ ରବିନ୍ଦ୍ରଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲ । ସ୍ତ୍ରୀ ବନ୍ଦିତାଙ୍କ ଏତଲା ଅଧାରରେ ନିଖୋଜ ମାମଲା ଦାୟର ହୋଇଥିଲା । ଅପହରଣକାରୀ ତାଙ୍କୁ ୬ଲକ୍ଷ ଟଙ୍କା ମାଗୁଥିବା ନେଇ ପୋଲିସକୁ ଜଣାଇବା ପରେ ପୋଲିସ ରବିନ୍ଦ୍ରଙ୍କୁ ଉଦ୍ଧାର କରିଛି । ଗିରଫ ଭଣ୍ଡବାବା ବିଦ୍ୟାସାଗରକୁ ପଚରା ଉଚରା କରୁଛି ପୋଲିସ ।