ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର କସରତ । ପାଟିଦାର ସମୁଦାୟକୁ ସମ୍ବୋଧନ କଲୋ ପ୍ରଧାନମନ୍ତ୍ରୀ ମୋଦୀ।

122

କନକ ବ୍ୟୁରୋ : ଶନିବାର ଗୁଜରାଟ ପହଁଚି ପଟିଦାର ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ଆୟୋଜିତ ପଟିଦାର ସମୁଦାୟର ବିଶାଳ ଜନସଭା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୮ବର୍ଷର ଶାସନ ଭିତରେ ବିଜେପି କିମ୍ବା ସେ ନିଜେ ଏଭଳି କିଛି ଭୁଲ କାମ କରିନାହାଁନ୍ତି ଯାହା ପାଇଁ ଦେଶବାସୀଙ୍କୁ ମୁଣ୍ଡ ନୁଆଁଇବାକୁ ପଡିବ । ସେହିପରି ଗତ ୮ ବର୍ଷ ଭିତରେ ମାତୃଭୁମି ସେବାରେ ନିଜକୁ ସମର୍ପିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଦେଶବାସୀଙ୍କ ସଂସ୍କାର, ଆର୍ଶୀବାଦ, ପୂଜ୍ୟ ବାପୁ ଓ ସର୍ଦ୍ଦାର ପଟେଲଙ୍କ ପବିତ୍ର ଭୂମିର ସଂସ୍କାର ତାଙ୍କୁ ସମାଜସେବା ଓ ସମାଜର ସଂସ୍କାର ପାଇଁ ଯେଉଁ ଶିକ୍ଷା ଦେଇଛି ତାକୁ ଆଧାର କରି ସେ ମାତୃଭୂମିରେ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି । ୮ବର୍ଷର ଶାସନ କାଳରେ ଗରିବଙ୍କ ସେବା,ସୁଶାସନ, ଗରିବ କଲ୍ୟାଣକୁ ଦଳ ସର୍ବୋଚ୍ଚ ପ୍ରାଥମିକତା ଦେଇଛି । ସବକା ସାଥ ସବକା ବିକାଶ ଓ ସବକା ପ୍ରୟାସ ମନ୍ତ୍ରର ସହ ଦେଶ ବିକାଶ ପଥରେ ଆଗଉଥିବା କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ

ଗୁଜରାଟ ନିର୍ବାଚନରେ ପଟିଦାର ସମୁଦାୟ ନିର୍ଣ୍ଣାୟକ ଭୂମିକା ତୁଳାଇଥାନ୍ତି । ତେଣୁ ଏହି ସମୁଦାୟର ଭୋଟକୁ ହତେଇବା ପାଇଁ ବିଜେପି ବିଭିନ୍ନ ଯୋଜନା ଓ ପ୍ରତିଶ୍ରୁତି ଦେଉଛି । ଏପଟେ ୩ମାସ ଭିତରେ ମୋଦିଙ୍କ ୬ଥର ଗୁଜରାଟ ଗସ୍ତ ଏକଥା ସ୍ପଷ୍ଟ କରୁଛି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳ କିଭଳି ପ୍ରସ୍ତୁତି ପଥରେ ଆଗଉଛି । ଆଜି ରାଜକୋଟରେ ମାତୁଶ୍ରୀ କେଡିପି ମଲଟି ସ୍ପେଶିଆଲ ହସପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୦କୋଟି ବ୍ୟୟରେ ଏହାର ନିର୍ମାଣ ହେବ । କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ବିଜେପିର ବହୁ ବରିଷ୍ଠ ମଧ୍ୟ ନଜର ଆସିଥିଲେ ।