ଚୀନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ । ଦକ୍ଷିଣ ଚୀନରେ ୧୯ ଜଣଙ୍କ ମୃତ୍ୟୁ ।

151

କନକ ବ୍ୟୁରୋ : ଚୀନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଚୀନରେ ପ୍ରବଳ ବର୍ଷା କାରଣରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡିଛି । ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତା ଘାଟ, ଘର ଦ୍ୱାର ସବୁ ପାଣିରେ ବୁଡି ରହିଛି । ଲଗାଣ ବର୍ଷା ଚୀନ ନାଗରୀକଙ୍କ ସମସ୍ୟା ବଢାଇଛି । ବର୍ଷା ଯୋଗୁଁ ଅନେକ ଦ୍ୱାର ପାଣିରେ ବୁଡିବା ସହ ବ୍ୟାପକ ପରିମାଣରେ ଫସଲର ମଧ୍ୟ ୭କ୍ଷତି ହୋଇଛି । ଏ ପରିକି ପ୍ରବଳ ବର୍ଷା ଲୋକଙ୍କ ଘରୁ ବାହାରିବା ମଧା ମୁସ୍କିଲ କରି ଦେଇଛି । ସେପଟେ ତଳୁଆ ଅଂଚଳରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।