ଗୋବିନ୍ଦ ସାହୁ ମୃତ୍ୟୁ ମାମଲା। ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜେଲ୍ ଡିଜିଙ୍କ ଚିଠି। 

90

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜେଲ୍ ଡିଜିଙ୍କ ଚିଠି । ଇନକୁଏଷ୍ଟ, ପୋଷ୍ଟମର୍ଟମ, ଭିସେରାକୁ ଅନୁଧ୍ୟାନ କରି ତଦନ୍ତ କରିବାକୁ ଚିଠିରେ ଉଲ୍ଲେଖ ହୋଇଥିବା ସୂଚନା ରହିଛି । କଣ୍ଟାବାଞ୍ଝି ଜେଲରେ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଗାମୁଛା ଲଗାଇ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଆତ୍ମହତ୍ୟା ପରେ ବେକରେ ଥିବା ଦାଗ, ଗାମୁଛା ଆଦି ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ସନ୍ଦେହ ବଢିଛି ।

ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏହି ମାମଲାରେ ଅନେକ ବଡ ବଡିଆଙ୍କ ସଂପୃକ୍ତି ଥିବାର ଅଭିଯୋଗ ରହିଛି । ଏପରି ସ୍ଥିତିରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୃତ ଗୋବିନ୍ଦର ନିଜ ଗାଁ ମହାଲିଙ୍ଗ ଯାଇ, କଲେଜରୁ ଏକ ପୁରୁଣା ରେଜିଷ୍ଟ୍ରର ଜବତ କରିବା ସହିତ ଗୋବିନ୍ଦଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିଛି ।