କୋରାପୁଟ ଗସ୍ତରେ ରାଜ୍ୟପାଳ । କଫି ବୋର୍ଡ ବୁଲି ଦେଖିଲେ, କଫି ଚାଷୀଙ୍କ ସହ ଆଲୋଚନା କଲେ ।

78

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ କୋରାପୁଟ କଫି କିପରି ଅଧିକରୁ ଅଧିକ ମାତ୍ରାରେ ଉତ୍ପାଦନ ହୋଇପାରିବ ସେ ନେଇ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କଫି ଚାଷୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବିଭିନ୍ନ କଫି ଷ୍ଟଲ ବୁଲି ଦେଖିଥିଲେ ।

କୋରାପୁଟ ଜଳବାୟୁ ହେଉଛି କଫି ଚାଷ ପାଇଁ ଅନୁକୂଳ । ସେଥିପାଇଁ କୋରାପୁଟରେ କଫି ଉତ୍ପାଦନ ବହୁଳ ମାତ୍ରାରେ କରାଯାଉଛି । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ମାତ୍ରାରେ କଫି ଚାଷ କରାଯିବ ଓ କିପରି ବିକ୍ରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।