ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଫାଇଭ୍ ଟି ଅଧ୍ୟକ୍ଷ । ମନ୍ଦିର ପ୍ରଶସ୍ତିକରରଣ କାମର କଲେ ସମୀକ୍ଷା ।

118

କନକ ବ୍ୟୁରୋ: କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରଶସ୍ତିକରଣ କାମର ଅଗ୍ରଗତି ବୁଲି ଦେଖିଥିଲେ ଫାଇଭ୍-ଟି ଅଧ୍ୟକ୍ଷ । କାମର ଅଗ୍ରଗତି ନେଇ ପୂଜକ ମନୋଜ ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଥିଲେ । ଫାଇଭ୍-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଏହା ସହ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାମକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।