ଯାଜପୁର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଭୋର ୪ଟାରେ ଘରେ ପଶି ଡାକ୍ତର ରଘୁନାଥ ପାଢୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ।

404

କନକ ବ୍ୟୁରୋ: ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଯାଜପୁର ଜିଲ୍ଲାର ପୂର୍ବତନ ସିଡିଏମଓ ରଘୁନାଥ ପାଢୀଙ୍କୁ ଛୁରାମାଡ଼ କରାଯାଇଛି । ଶୁକ୍ରବାର ଭୋର ୪ଟା ସମୟରେ ଯାଜପୁର ଟାଉନ ସ୍ଥିତ ଘରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛନ୍ତି । ଘରେ ଡାକ୍ତର ରଘୁନାଥ ପାଢୀ ଏବଂ ତାଙ୍କ ପତ୍ନୀ ଏକୁଟିଆ ରହୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି ।

ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତର ରଘୁନାଥ ପାଢୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିର୍ି କରାଯାଇଛି । ଚୋରି ଉଦେଶ୍ୟରେ ଡାକ୍ତରଙ୍କୁ ଛୁରାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଯାଜପୁର ଟାଉନ ଥାନା ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରିବା ସହ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।