ଆକାଶ ଛୁଆଁ ହେଲାଣି ସୁନା ଦର: ୧୦ ଗ୍ରାମକୁ ଟପିଲା ୬୦ ହଜାର ଟଙ୍କା

226

କନକ ବ୍ୟୁରୋ: ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର ୬୦ ହଜାର ଟଙା ଟପି ଯାଇଛି । ୨୨ କ୍ୟାରେଟ୍ ସୁନା ଦାମ ୫୫ ହଜାର ଟଙ୍କାରେ ପହଁଚିଛି । ଅନ୍ୟପଟେ ପୂର୍ବ ତୁଳନାରେ ଲୋକମାନେ ଏବେ ଅଧିକ ପୁରୁଣା ସୁନାକୁ ବଦଳାଇ ନୂଆ ସୁନା ନେଉଥିବା ଦେଖିବାକୁ ମିଳୁଛି ।

ସୁନା(ହଲମାର୍କ) ଦାମ/         ୧୦ ଗ୍ରାମ ପିଛା (ଟଙ୍କା)
୨୨ କ୍ୟାରେଟ୍                    ୫୫,୦୦୦
୨୪ କ୍ୟାରେଟ୍                    ୬୦, ୦୦୦

ଏ ହେଉଛି ବୁଲିଆନ ମାର୍କେଟରେ ଶୁକ୍ରବାର ଥିବା ସୁନା ଦର । ଗୁରୁବାର ଯେତିକି ସୁନା ଦାମ ଥିଲା, ଶୁକ୍ରବାର ତାଠୁ ୨ଶହ ଟଙ୍କା ଅଧିକ ହୋଇଛି । ମାର୍ଚ୍ଚ ୧୫ପରେ ୨୨କ୍ୟାରେଟ ସୁନା ଦାମ ପ୍ରାୟ ଦେଢ଼ ହଜାର ଟଙ୍କା ବଢ଼ିଥିବାବେଳେ, ୨୪କ୍ୟାରେଟ ସୁନା ଦାମ ପ୍ରାୟ ୨ହଜାର ୨ଶହ ଟଙ୍କା ବୃଦ୍ଧି ପାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସୁନା ଦର ବଢ଼ିବା ସହ ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଛି । ତେବେ ସେୟାର ବଜାରରେ ଅସ୍ଥିରତା ଯୋଗୁଁ ଓ ସୁନାରେ ନିବେଶ କରିବା ସୁରକ୍ଷିତ ଭାବି, ଲୋକେ ଅଧିକ ସୁନା କିଣୁଛନ୍ତି ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ସୁନା ବଜାରରେ ଏବେ ଆଉ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ପୂର୍ବ ତୁଳନାରେ ଏବେ ଅଧିକ ଲୋକ ପୁରୁଣା ସୁନା ବଦଳାଇ ନୂଆ ସୁନା କିଣୁଛନ୍ତି । ସୂଚନା ଅନୁସାରେ ପୂର୍ବ ତୁଳନାରେ ପୁରୁଣା ସୁନା ବିକ୍ରିରେ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହା ପଛର ଏକାଧିକ କାରଣ ରହିଛି ।

ସୁନା ଦର ବଢ଼ିବା ପଛର ଅନେକ କାରଣ ରହିଛି । ତେବେ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଓ ସେୟାର ବଜାରରେ ଅସ୍ଥିରତା ସୁନା ଦର ବୃଦ୍ଧିର ପ୍ରମୁଖ କାରଣ ।
ଏବେ ନଜର ପକାନ୍ତୁ ସୁନା ଦାମ କେବେ କେତେ ଥିଲା ।

କେବେ କେତେ ଥିଲା ସୁନା ଦର?
ସୁନା(୧୦ଗ୍ରାମ ପିଛା) ଦାମ( ଟଙ୍କା)
– ୧୯୪୨ରେ ୧୦ ଗ୍ରାମ ସୁନା ପିଛା ଦର ଥିଲା ୪୪ ଟଙ୍କା
– ୧୯୪୭ରେ ୧୦ ଗ୍ରାମ ସୁନା ପିଛା ଦର ୮୮ ଟଙ୍କା ୬୨ ପଇସାରେ ପହଂଚିଥିଲା
– ୧୯୭୦ରେ ୧୦ ଗ୍ରାମ ସୁନା ପିଛା ଦର ଥିଲା ୧୮୪ ଟଙ୍କା
– ୧୯୮୦ ବେଳକୁ ଏହି ଦର ୧୩୩୦ ଟଙ୍କାରେ ପହଂଚିଥିଲା
– ୧୯୯୦ରେ ୧୦ ଗ୍ରାମ ସୁନା ପିଛା ଦର ଥିଲା ୩ ହଜାର ୨ଶହ ଟଙ୍କା
– ୨୦୦୦ରେ ଦର ଥିଲା ୪ ହଜାର ୪ଶହ ଟଙ୍କା
– ୨୦୧୦ ବେଳକୁ ଦର ୧୮ ହଜାର ୫୦୦ରେ ପହଁଚି ଯାଇଥିଲା
– ଏବେ ୧୦ ଗ୍ରାମ ସୁନା ଦର ୬୦ ହଜାର ପାର କରିଛି