ଆମେରୀକୀୟ ପେମେଂଟ କମ୍ପାନୀ ବକ୍ଲ-ଇଙ୍କକୁ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ଝଟକା । କମ୍ପାନୀ ବିରୋଧରେ ଦୁର୍ନିତୀ ଅଭିଯୋଗ ଆସିବା ପରେ ୨୦ ପ୍ରତିଶତ ଖସିଲା ସେୟାର

121

କନକ ବ୍ୟୁରୋ : ଦୁର୍ନତିର ରିପୋର୍ଟ ଜାରି କରି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ତଳିତଳାନ୍ତ କରିଥିବା ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଟାର୍ଗେଟରେ ଏବେ ଆଉ ଏକ କମ୍ପାନୀ ଆସିଛି   ।  ଜାନୁଆରୀ ୨୪ରେ ଆଦାନୀଙ୍କ ବିରୋଧରେ ରିପୋର୍ଟ ପ୍ରକାଶ କରିବା ଠିକ ୨ମାସ ପରେ ଆମେରିକାର ଟେକ୍ନୋ ଫାର୍ମ କମ୍ପାନୀ ବ୍ଲକ ଇଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଛି । କମ୍ପାନୀ ମୁଖ୍ୟ ଫର୍ଜୀ କରି ନିଜର ୟୁଜରର୍ସଙ୍କ ସଂଖ୍ୟା ବୃଦ୍ଧି କରିଥିବା ହିଣ୍ଡନବର୍ଗ ରିପୋର୍ଟରେ କୁହଯାଇଛି । କମ୍ପାନୀର ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ସିଏଫଓ ଭାରତୀୟ ବଂଶୋଦ୍ଭବ ଅମୃତା ଆହୁତଜାଙ୍କ ଉପରେ ମଧ୍ୟ ରିପାର୍ଟରେ ଅଭିଯୋଗ ରହିଛି । ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ସେୟରେ ୨୦ତଳକୁ ଖସିଛି । ମୋବାଇଲ ପେମେଂଟ କମ୍ପାନୀ ଅଟେ ବ୍ଲକ-ଇଙ୍କ । ଦୁଇବର୍ଷ ହେବ ଏହି କମ୍ପାନୀ ପଛରେ ଗୁଇନ୍ଦାଗିରି କରି ହିଣ୍ଡନବର୍ଗ ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟରେ କୁହାଯାଇଛି କମ୍ପାନୀ ଗ୍ରାହକଙ୍କୁ ମିଛ ତଥ୍ୟ ଦେଇ ଭୁଆଁବୁଲାଇଛି । ଏଥିରେ କିଛି ଫଜୀ ଆକାଉଁଟ ମଧ୍ୟ ରହିଛି । କମ୍ପାନୀ ୱେବସାଇଡରେ କିଛି ମିଛ ତଥ୍ୟ ଦେଇଛି । ୫୦ହଜାର ୟୁଜର ଆକାଉଁଟ ଫର୍ଜୀ ରହିଛି । ଯେଉଁମାନେ ବ୍ୟାଙ୍କ ଏହା ସମ୍ବନ୍ଧିତ ସେବାରୁ ଦୁରରେ ରହିଛନ୍ତି ସେମାନଙ୍କୁ ଟାର୍ଗେଟ କରୁଥିଲା କମ୍ପାନୀ ଓ ସାହାଯ୍ୟ ଆଳରେ ଗ୍ରାହକଙ୍କୁ ଶୋଷଣ କରୁଥିଲା । ।ଟୁଇଟର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ ଡୋରସୀ ବ୍ଲକ-ଇଙ୍କ କମ୍ପାନୀ ପ୍ରତିଷ୍ଠା କରିଥିଲେ ।