ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ପୁରା ଭଞ୍ଜନଗର । ମାଆଙ୍କ ପାଇଁ ବ୍ୟବସ୍ଥା ହୋଇଛି ଅସ୍ଥାୟୀ ମଣ୍ଡପ ଓ ଅସ୍ଥାୟୀ ପୂଜକ

112

କନକ ବ୍ୟୁରୋ : ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ପୁରା ଭଞ୍ଜନଗର । ତେବେ ଏହି ଅବସରରେ ମାଆଙ୍କ ପାଇଁ ଅସ୍ଥାୟୀ ମଣ୍ଡପ ଓ ଅସ୍ଥାୟୀ ପୋଲ ଓ ଅସ୍ଥାୟୀ ପୂଜକଙ୍କ ବ୍ୟବସ୍ଥା କରାଯାଇଥାଏ । ଯାହାକୁ ନେଇ ବେଶ୍ ଭକ୍ତିମୟ ମାହୋଲ ସୃଷ୍ଟି ହୋଇଥାଏ ।

ପ୍ରଥମେ ମାଆ ବ୍ୟାଘ୍ରଦେବୀଙ୍କ ମସ୍ତକରୁ ଆଜ୍ଞାମାନ ପୂଜକ ପାଇବାପରେ ହିଁ ମାଆଙ୍କୁ ସାଦରେ ପାଛୋଟି ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥାଏ । ସେଥିପାଇଁ ଘଣ୍ଟା ଘଣ୍ଟା ମାଙ୍କୁ ପୂଜା କରି ଅପେକ୍ଷା କରିବାକୁ ପଡ଼େ । ପରେ ପରେ ସହରର ଅଧିଷ୍ଟ୍ରାତ୍ରୀ ଠାକୁରାଣୀ ମାଆଙ୍କୁ ଯଥାରିତିନୀତିରେ ପୂଜାକରି ମାଆଙ୍କ ମସ୍ତକରୁ ପୂଜକଙ୍କ ପଣତକାନି ଭିତରକୁ ପୁଂଲ ମାଳ ସ୍ୱରୁପ ନିର୍ଦ୍ଦେଶ ନ ଆସିବା ଯାଏଁ ମାଙ୍କୁ ମନ୍ଦିରରୁ ଅଣାଯାଇନଥାଏ । ଉଭୟ ମାଆ ଠାକୁରାଣୀ ଓ ବ୍ୟାଘ୍ରଦେବୀ ମାଆଙ୍କ ଆଜ୍ଞାମଳ ପାଇବା ପରେ ବିରାଟ ପଟୁଆର ସହ ଅସ୍ଥାୟୀମଣ୍ଡପକୁ ଅଣାଯାଇଥାଏ । ଯାତ୍ରା ପୁର୍ବରୁ ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଥାଏ ।