ସିଜେଆଇଙ୍କ ମୁହଁରେ ଓଡ଼ିଶାର ପ୍ରଶଂସା । କହିଲେ, ମୁଁ ଓଡ଼ିଶାର ଜ୍ୱାଇଁ ହୋଇ ଗର୍ବିତ ।

998

କନକ ବ୍ୟୁରୋ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ମୁହଁରେ ଓଡ଼ିଶା ପ୍ରଶଂସା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ନା କେବଳ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ବରଂ ନିଜକୁ ଓଡ଼ିଶାର ଜ୍ୱାଇଁ ବୋଲି କହି ଗର୍ବିତ ମନେ କରିଛନ୍ତି । ଶନିବାର କଟକର ଜୁଡିସିଆଲ ଏକାଡେମୀରେ ଡିଜିଟାଇଜେସନ, ପେପରଲେସ କୋର୍ଟ ଓ ଇ-ଇନିସିଏଟିଭ୍ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଏଭଳି କଥା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଭାରେ କହିଥିଲେ ଯେ ସେ ବହୁଥର ଭୁବନେଶ୍ୱର ଓ କଟକ ଆସିଛନ୍ତି । ଆଉ ଗର୍ବର ସହିତ ମୁଁ ଓଡ଼ିଶା ଜ୍ୱାଇଁ ବୋଲି କହିଥିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ତାଙ୍କ ମୁହଁରୁ ଏହି କଥା ବାହାରିବା ପରେ ପୂରା ହଲ୍ କରତାଳିରେ ଫାଟି ପଡ଼ିଥିଲା । ସେଠାରେ ଉପସ୍ଥିତ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ । ପ୍ରଧାନ ବିଚାରପତି ଏକଥା କହୁଥିବା ବେଳେ ତାଙ୍କ ମୁହଁରୁ ଓଡ଼ିଶା ପ୍ରତି ଭଲପାଇବା ସ୍ପଷ୍ଟ ବାରି ହେଉଥିଲା । ପ୍ରଧାନ ବିଚାରପତି ଓଡ଼ିଶାର ଜ୍ୱାଇଁ ବୋଲି ଜଣାପଡ଼ିବା ପରେ ସବୁଠି ଏନେଇ ଚର୍ଚ୍ଚା । ସୂଚନା ଅନୁସାରେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ପ୍ରଥମ ପତ୍ନୀ ରଶ୍ମୀଙ୍କର ୨୦୦୭ରେ ଦେହାନ୍ତ ହୋଇଥିଲା । ଯାହା ପରେ ସେ ଓଡ଼ିଶା ଝିଅ କଳ୍ପନା ଦାଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।