ପେଟ୍ରୋଲ ପକାଉଥିଲେ ସାବଧାନ! ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

1,461

କନକ ବ୍ୟୁରୋ: ପେଟ୍ରୋଲ ପକାଉଥିଲେ ସାବଧାନ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉତ୍ତରରୁ ସାମନାକୁ ଆସିଛି ଏହି ତଥ୍ୟ।

ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା କରିଥିବା ବେଳେ ୩ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ମୋଟ ୩ ବର୍ଷରେ ୮୩ ମାମଲାରେ ୧୦ ଲକ୍ଷ ୬୬ ହଜାର ଫାଇନ ଆଦାୟ କରିଛି ବିଭାଗ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଠକେଇ ରୋକିବା ଲାଗି କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଏବଂ ଭିଜିଲାନ୍ସ ୱିଙ୍ଗ ନିୟମିତ ଚଢାଉ ଜାରି ରଖିଥିବା ବିଭାଗୀୟ ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ।

ପେଟ୍ରୋଲ ପମ୍ପ ମାନଙ୍କରେ ନିୟମିତ ଓ ଅଚାନକ ଭାବେ ଚଢାଉ କରାଯାଇ ତ୍ରୁଟିବିଚ୍ୟୁତି ଥିବା ପେଟ୍ରୋଲ ପମ୍ପ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି । ଏବଂ ଉଚିତ ଜରିମାନା ମଧ୍ୟ ଆଦାୟ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ । ଏହାସହ ୨୦୨୦ରୁ ୨୩ ଯାଏଁ ଏ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି ।