ୟୁଏଇ ମାଟିରେ ପ୍ରଥମ ହିନ୍ଦୁ ମନ୍ଦିର । ୭ ଶହ କୋଟି ବଜେଟରେ ନିର୍ମିତ ମନ୍ଦିରରେ ଦେଖିବାକୁ ମିଳିବ ଭାରତୀୟ ଐତିହ୍ୟ, କଳା, ସଂସ୍କୃତି ପରମ୍ପରା

212

କନକ ବ୍ୟୁରୋ: ମୁସଲିମ ବହୁଳ ଦେଶରେ ହିନ୍ଦୁ ମନ୍ଦିର । ୟୁଏଇରେ ଖୋଲିବ ପ୍ରଥମ ହିନ୍ଦୁ ମନ୍ଦିର । ଆବୁଧାବିରେ ନିର୍ମିତ ମନ୍ଦିରର ଉଦଘାଟନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭୦୦ କୋଟି ଟଙ୍କାରେ ମନ୍ଦିର ନିର୍ମିତ ଗୋଲାପୀ ରଙ୍ଗ ମାର୍ବଲ ପଥରରେ ତିଆରି କରାଯାଇଛି । ୨୭ ଏକର ଜମିରେ ମନ୍ଦିର ନିର୍ମିତ ହୋଇଛି । ତେବେ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବା ସହ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବେ ଓ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦୀ ।

  • ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର
  • ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ବିଦେଶ ମାଟିରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତି ପରାମ୍ପରା ଐତିହ୍ୟର ଝଲକ ୟୁଏଇରେ ଉଦଘାଟନ ହେବାକୁ ଯାଉଛି ପ୍ରଥମ ହିନ୍ଦୁ ମନ୍ଦିର । ଆବୁଧାବିରେ ନିର୍ମିତ ହୋଇଛି ଏହି ଭବ୍ୟ ମନ୍ଦିର । ଫେବୃଆରୀ ୧୪ରେ ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ମଙ୍ଗଳବାର ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆବୁଧାବିର ପହଁଚିବା ପରେ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦୀ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ନିରାପତ୍ତା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ରାଷ୍ଟ୍ର୍ରନେତାଙ୍କୁ ଭେଟିବା ସହ ନୈଶ୍ୟଭୋଜିରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦି ଓ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନାଙ୍କୁ ଆବୁଧାବିରେ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦୀ ।

ଚର୍ଚ୍ଚା ହେଉଛି ୟୁଏଇରେ ହିନ୍ଦୁ ମନ୍ଦିର ନିର୍ମାଣ ଭାରତର ଏକ କୁଟନୀତି ବିଜୟ । ସେପଟେ ୟୁଏଇରେ ହିନ୍ଦୁୁ ମନ୍ଦିର ନିର୍ମାଣକୁ କିଛି ମୁସଲିମ ବହୁଳ ଦେଶ ଓ କଠୋରପନ୍ଥୀ ନେତା ଗ୍ରହଣ କରିପାରୁନାହାଁନ୍ତି । ସୋସିଆଲ ମିଡିଆରେ ୟୁଏଇ ଉପରେ ବର୍ଷି ରାଷ୍ଟ୍ରମାନେ କହିଛନ୍ତି ମୁସଲିମ ଦେଶରେ ମୂର୍ତ୍ତି ପୂଜା ବିନାଶର କାରଣ ହେବାକୁ ଯାଉଛି । ଏହା ମୁସଲିମଙ୍କ ଉପରେ ଅତ୍ୟାଚାର ଓ ଭାରତକୁ ସମ୍ମାନ ଦେବା ସଦୃଶ । ଏହା କେବେ ବି ଗ୍ରହଣନୀୟ ନୁହେଁ ।