କଂଗ୍ରେସ ଶିବିରରୁ ଆସିଲା ବଡ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ରାଏବରେଲୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ।

182

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିିରରୁ ଆସୁଛି ବଡ଼ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ ଆସନରୁ ପ୍ରିୟଙ୍କା ଲଢ଼ିବେ ତେବେ ଏହା ତାଙ୍କ ପ୍ରଥମ ପ୍ରତ୍ୟେକ୍ଷ ନିର୍ବାଚନ ହେବ । ତେବେ ଦୁଇ ଦିନ ମଧ୍ୟରେ ରାଜ୍ୟସଭା ପ୍ରାର୍ଥୀଭାବେ ସୋନିଆଙ୍କ ନାଁ ଘୋଷଣା କରିପାରେ କଂଗ୍ରେସ ।

  • ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ରଣନୀତି
  • ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ!

ଲୋକସଭା ଆସନ ଛାଡି ରାଜ୍ୟସଭା ଯାଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ । ଅସୁସ୍ଥ ରହୁଥିବା ଯୋଗୁଁ ସୋନିଆ ଗାନ୍ଧୀ ଏଥରକ ନିର୍ବାଚନ ନଲଢ଼ି ରାଜ୍ୟସଭାକୁ ଯାଉଥିବା ଚର୍ଚ୍ଚା ଜୋରଧରିଛି । ଦୁଇ ଦିନ ମଧ୍ୟରେ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ସୋନିଆଙ୍କ ବ୍ୟତିତ ରେସରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ, ନାସେର ହୁସେନ, ଅଖିଳେଶ ପ୍ରସାଦ ସିଂ, ଅଭିଷେକ ମନୁ ସିଂଘବୀ ଅଛନ୍ତି । ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପଠାଇବା ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି ।

  • ମା’ଙ୍କ ପାରମ୍ପାରିକ ଆସନରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା
  • ଝିଅ ପାଇଁ ରାଏବରେଲି ଛାଡିବେ ସୋନିଆ

ଫେବ୍ରୁଆରୀ ୨୭ରେ ରାଜ୍ୟସଭାର ୫୬ ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ କଂଗ୍ରେସ ଶିବିରରୁ ବଡ ଖବର ଆସୁଛି । ତେବେ ଉତ୍ତରପ୍ରଦେଶ ରାଏବରେଲୀ ହେଉଛି କଂଗ୍ରେସ ପାଇଁ ବେଶ ଗୁୁରୁତ୍ୱପୂର୍ଣ୍ଣ । ଯଦି ସୋନିଆ ରାଜ୍ୟସଭା ଯିବେ ତେବେ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ରାଏବରେଲୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ।

  • ୨୦୦୪ ମସିହାରୁ ସୋନିଆ ରାଏବରେଲୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି
  • ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଥିରୁ ହାରିଥିଲେ ମଧ୍ୟ ସୋନିଆ କିନ୍ତୁ ରାଏବରେଲିରୁ ବିଜୟ ହାସଲ କରିଥିଲେ ।
  • ସୋନିଆ ଲଗାତାର ରାଏବରେଲୀରୁ ଜିତିଆସୁଛନ୍ତି
  • ରାଏବରେଲୀ ଆସନରେ ସୋନିଆଙ୍କ ଦବଦବା ଆସନ ପ୍ରିୟଙ୍କା ପାଇଁ ନିରାପଦ ସାବ୍ୟସ୍ତ ହୋଇପାରେ
  • ୨୦୨୪ରେ ପ୍ରଥମଥର ପାଇଁ ପ୍ରିୟଙ୍କା ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇବେ

୨୦୧୯ରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିବା ପରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳର ମଜଭୁତ କରିବା ଲାଗି ଦଳ ତାଙ୍କୁ ମହାସଚିବ ନିଯୁକ୍ତ କରିଥିଲା । ତେବେ କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ ଖବର ଆସିବା ପରେ ସବୁଠି ଏବେ ଚର୍ଚ୍ଚା । ଏହି ପରିବର୍ତ୍ତନ ଅ।।ଗାମୀ ନିର୍ବାଚନ ପାଇଁ ଇନ୍ଧନ ଯୋଗାଇବ ବୋଲି ଆଶା ରଖିଛି ଦଳ । ତେଣୁ ଦେଖିବାକୁ ବାକି ରହିଲା ମୋଦୀ ମ୍ୟାଜିକ ସାମ୍ନାରେ କଂଗ୍ରେସର ନୂଆ ରଣନୀତି କେତେଦୂର ସଫଳ ହେଉଛି ।