ଅସ୍ତରଙ୍ଗରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ ଜଣ କର୍ମଚାରୀ ନିୟୋଜିତ

95

କନକ ବ୍ୟୁରୋ : ଅସ୍ତରଙ୍ଗରେ ଅଗ୍ନିକାଣ୍ଡ । ପାନ ବରଜ ପାଇଁ ବ୍ୟବହୃତ ହେଉଥିବା ଛୋଟ ଛୋଟ ଗଛରେ ନିଆଁ ଲାଗିଛି । ଏହାକୁ ସ୍ଥାନୀୟ ଭାଷାରେ ପାଖୁଡୀ କିଆରି ବୋଲି କୁହାଯାଏ । ଏହି ପାଖୁଡୀକୁ ପାନ ବଜର କାମରେ କଂଚା ମାଲ ଭାବେ ବ୍ୟବହାର କରାଯାଏ । ନିଆଁ ଲାଗି ଯିବାରୁ ନମାର, ସିଲାରୀ ଓ ନାଗପୁର ଗାଁର ଶହ ଶହ ପାନ ଚାଷୀଙ୍କ ପାଖୁଡୀ ପୋଡି ନଷ୍ଟ ହୋଇଯାଇଛି । ଏହି ନିଆଁ ଅନ୍ୟ ଗାଁକୁ ମାଡି ଚାଲିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପାଖୁଡୀ ପାଖରେ ଅନେକ ପାନ ବରଜ ରହିଥିବାରୁ ତାହା ପୋଡି ହୋଇଯିବା ନେଇ ଆଶଙ୍କା ରହିଛି ।