କଙ୍ଗନା ରାଣାୱତଙ୍କ ବଡ ଖୁଲାସା । ପିଲାଦିନେ ଶୋଷଣର ଶିକାର ହୋଇଥିଲେ ।

341

କନକ ବ୍ୟୁରୋ: ଏକତା କପୁରଙ୍କ ରିଆଲିଟି ସୋ’ ‘ଲକ୍ ଅପ୍’ ଖୁବ୍ ଶୀଘ୍ର ଶେଷ ହେବ । ଫାଇନାଲ ପାଖେଇ ଆସୁଥିବାରୁ ପ୍ରତିଯୋଗୀମାନେ ଦର୍ଶକମାନଙ୍କ ମନୋରଂଜନ ଏବଂ ଟ୍ରଫି ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଏହି ସୋ’ର ହୋଷ୍ଟ କଙ୍ଗନା ରଣାୱତ ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି କହିଛନ୍ତି ।

ଏହି ଘଟଣା ତାଙ୍କ ନିଜ ସହର ହିମାଚଳ ପ୍ରଦେଶରେ ଘଟିଥିଲା । ଏ ପ୍ରସଙ୍ଗରେ କହିବା ସମୟରେ ପିଲାଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ସଚେତନ କରିବାକୁ କଙ୍ଗନା କହିଛନ୍ତି । ପ୍ରଶଂସକଙ୍କଠାରୁ ଢେର ପ୍ରଶଂସା ପାଇଛି ଏହି ସୋ’ । ପୂର୍ବ ପର୍ଯ୍ୟାୟରେ ମୁନାଫର ଫାରୁକି କେବଳ ଛଅ କିମ୍ବା ସାତ ବର୍ଷ ବୟସରେ କିପରି ଯୌନ ଶେଷଣର ଶିକାର ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ତାଙ୍କ କଥା ଶୁଣିବା ପରେ କଙ୍ଗନା କହିଛନ୍ତି ଯେ, ‘ପ୍ରତିବର୍ଷ ବହୁ ସଂଖ୍ୟକ ପିଲା ଏହି ପ୍ରକାରର ନିର୍ଯାତନା ଦେଇ ଗତି କରନ୍ତି । କିନ୍ତୁ ସର୍ବସାଧାରଣରେ ଏନେଇ କେହି କେବେ ଆଲୋଚନା କରନ୍ତି ନାହିଁ । ଅଧିକାଂଶ ପିଲା ଅନେକ ସମୟରେ ଅଭଦ୍ରୋଚିତ ସ୍ପର୍ଶର ଶିକାର ହୋଇଥାନ୍ତି । ପିଲାବେଳେ ମୋ ଠାରୁ ସାମାନ୍ୟ ବଡ ଜଣେ ପୁଅ ମୋତେ ଅସହଜ ଭାବେ ସ୍ପର୍ଶ କରୁଥିଲା । କିନ୍ତୁ ମୁଁ ସେତେବେଳେ ଏସବୁ ବାବଦରେ ଜାଣିପାରୁନଥିଲି’ ।

ଅଧିକାଂଶ ବାପା, ମା’ ଭାବନ୍ତି ଏବିଷୟରେ ଛୋଟ ପିଲାଙ୍କୁ ଶିକ୍ଷା ଦେବା ଏକ ଖରାପ କଥା । ହେଲେ ଏସବୁ ବିଷୟରେ ସେମାନଙ୍କୁ ସଚେତ କରାଇବା ଆଜିକା ସମାଜରେ ନିହାତି ଜରୁରୀ ବୋଲି କଙ୍ଗନା କହିଛନ୍ତି ।