ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି, ରିଫାଇନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କ କମାଇଲେ ସରକାର

1,167

କନକ ବ୍ୟୁରୋ : ଖାଉଟିଙ୍କ ପାଇଁ କେନ୍ଦ୍ର ସରକାର ଖୁସି ଖବର ଆଣିଛନ୍ତି । ସରକାରଙ୍କ ତରଫରୁ ରିଫାଇନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳର ଆମଦାନୀ ଶୁଳ୍କ କମ୍ କରିଛନ୍ତି । ଏହି ଆମଦାନୀ ଶ୍ଳୁକ ୧୭.୫ ପ୍ରତିଶତ ଥିବା ବେଳେ ସରକାର ଏହାକୁ କମାଇ ଏବେ ୧୨.୫ ପ୍ରତିଶତ କରିଛନ୍ତି । ଅର୍ଥମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି କି ଘରୋଇ ଉପଲବ୍ଧତା ବୃଦ୍ଧି କରିବା ଓ ଦାମ୍ ଉପରେ ନିୟନ୍ତ୍ରଣ ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ସାଧାରଣ ଭାବେ ଭାରତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ । ଏହା ପରେ ବି ସରକାର ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ କମ୍ କରିଛନ୍ତି । ସରକାରଙ୍କର ଏଭଳି ପଦକ୍ଷେପ ପରେ ଏବେ ରିଫାଇନଡ ଖାଇବା ତେଲ ଉପରେ ୧୩.୭ ପ୍ରତିଶତ ଶୁଳ୍କ ଲାଗିବ ।