ପବିତ୍ର ବିଜୟାଦଶମୀରେ ଉତ୍ସବ ମୁଖର ସାରାଦେଶ । ଦଶହରାରେ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ

134

କନକ ବ୍ୟୁରୋ : ବିଜୟା ଦଶମୀ, ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ । ଦଶଭୁଜାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ବିଜୟାଦଶମୀ ଦୁର୍ଗାପୂଜାର ଅନ୍ତିମ ପର୍ବ ହୋଇଥିବାରୁ ମାଆଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମିଛି । ଭୁବନେଶ୍ୱରରେ ମଣ୍ଡପଗୁଡିକରେ ସୁଉଚ୍ଚ ତୋରଣ ଓ ସାଜସଜ୍ଜା ଦେଖିବାକୁ ଲୋକଙ୍କ ଭିଡ ଜମିଛି । ବେଶ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ଲୋକେ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ବିଜୟାଦଶମୀ ପାଇଁ କଟକ ବି ଚଳଚଂଚଳ ହୋଇଛି । ସକାଳୁ ସକାଳୁ ମଣ୍ଡପରେ ଗହଳି ଲଗାଇଛନ୍ତି ଭକ୍ତି । ସୁନା ରୂପାର ତାରକସୀ କାମରେ ଝଟକୁଛନ୍ତି ମାଆ । ବିଜୟାଦଶମୀ ପରେ ମଧ୍ୟରାତ୍ରିରୁ ହିଁ କଟକ ଭସାଣ ିଉତ୍ସବ ଆରମ୍ଭ ହେବ । ପୁରୀଘାଟ ଦେବୀଗଡାରେ ଅସ୍ଥାୟୀ ପୋଖରୀ ଓ ଆଲୋକବ୍ୟବସ୍ଥା କରାଯାଇଛି । ପୁଲିସ ଓ ସିଏମସି ଅଧିକରୀଙ୍କ ଉପସ୍ଥିତିରେ ୩ ଦିନ ଧରି ୧୬୦ ମେଢ ସହର ପରିକ୍ରମା କରି ଦେବୀଗଡାକୁ ଆସିବ ।

ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି ପ୍ରତରକ୍ଷା ମନ୍ତ୍ରୀ । ବିଜୟା ଦଶମୀ ଅବସରରେ ଉତରାଖଣ୍ଡର ତାୱଙ୍ଗରେ ପହଂଚି ସେ ସେ ଶସ୍ତ୍ର ପୂଜା କରିଛନ୍ତି । ଏହି ସମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୀମାରେ ନିୟୋଜିତ ଯବାନଙ୍କ ସହ ମଧ୍ୟ କଥା ହୋଇ ସେମାନଙ୍କ ମନୋବଳ ବଢାଇଛନ୍ତି ।

ନାଗପୁରରେ ଦଶହରା ରାଲିକୁ ସମ୍ବୋଧିତ କରିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ସେ କହିଛନ୍ତି, ଦେଶର ଉନ୍ନତି ଦେଖିବାକୁ ଚାହୁଁନାହାନ୍ତି କିଛି ଲୋକ ଆଉ ଭାରତରେ ରହି ଭାରତର ବିରୋଧ କରୁଛନ୍ତି । ବିବାଦୀୟ ଭାଷଣରେ ପ୍ରଭାବିତ ହୋଇ ଭୋଟ ନ ଦେବାକୁ ଅନୁରୋଧ କରିଛନ୍ତି ମୋହନ ଭାଗବତ ।