ସିଏମସି ମେୟରଙ୍କ ସହ ଆଲୋଚନା ସଫଳ । ଆଜିଠୁ କଟକ ମହାନଗର ନିଗମ ଅଞ୍ଚଳରେ ବଣ୍ଟନ ହେବ ରାସନ ସାମଗ୍ରୀ ।

249

କନକ ବ୍ୟୁରୋ: ରିଟେଲ ଡିଲର୍ସ ଆସୋସିଏସନର ଆନ୍ଦୋଳନ ପ୍ରତ୍ୟାହୃତ । ଆଜିଠୁ କଟର ମହାନଗର ନିଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ ହେବ ସ୍ୱଭାବିକ । ୨୮ ମାସର ବକେୟା ନମିଳିବା କାରଣରୁ ୫ଦିନ ଧରି ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରିଥିଲେ ଡିଲର । ତେବେ ଶୁକ୍ରବାର କଟକ ମେୟର ସୁବାସ ସିଂ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।

ଖୁବଶୀଘ୍ର ସିଏମସି କମିଶନର, ଯୋଗାଣ ବିଭାଗ କତୃପକ୍ଷ, ରିଟେଲ ଡିଲର୍ସ ଆସୋସିଏସନର ମିଳିତ ବୈଠକ ବସିବ । ଏହି ବୈଠରେ ବକେୟା ନେଇ ଆଲୋଚନା କରାଯିବା ସହ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମେୟର । ୫ଦିନ ପରେ ଆଜିଠୁ ରାସନ ସାମଗ୍ରୀ ବଂଟନ ସ୍ୱଭାବିକ ହେବାକୁ ଥିବା ବେଳେ ଉପକୃତ ହେବେ ୭୪ହଜାର ୫୫୭ଜଣ ହିତାଧିକାରୀ ।