ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ।

1,191

 

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଏକ ଦୁଃଖଦ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ୩ଟାରୁ ୩.୩୦ ମଧ୍ୟରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଲେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ।

ସୂଚନା ମୁତାବକ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପ୍ରେସର ରିପେୟାରିଙ୍ଗ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା , ଯେଉଁଥିରେ ଜ୍ୟୋତି ମଲ୍ଲିକ ଓ ଦିଲ୍ଲୀପ ସାମନ୍ତରାୟଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜ୍ୟୋତିଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଜ୍ୟୋତିଙ୍କ ମୃତଦେହକୁ ଦିଲ୍ଲୀପ ବୋଲି ଚିହ୍ନଟ କରି ଦାହ ସଂସ୍କାର କରିବା ପରେ , ଭେଣ୍ଟିଲେଟରରୁ ବାହାରିଥିବା ବ୍ୟକ୍ତି ଜଣକ କିନ୍ତୁ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ । ପରିଚୟର ଏହି ଭାନ୍ତ ଖେଳ ଭିତରେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।