ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

104

କନକ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଢ଼େଙ୍କାନାଳରୁ ୨ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ । ଢ଼େଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ଧରିଥିଲା ଏସଟିଏଫ ।

ଗିରଫ ୨ଜଣ ହେଲେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ । ଗତ ଏକ ବର୍ଷ ଭିତରେ ଏସଟିଏଫ ୪୪ କେଜି ବ୍ରାଉନସୁଗାର ଓ ୮୬ କ୍ୱିଂଟାଲ ୮୧ କେଜି ଗଂଜେଇ ଜବତ କରିଛି । ଢ଼େଙ୍କାନାଳରୁ ପ୍ରଥମଥର ପାଇଁ ଏତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି ।