କେବଳ ସଜନା ଛୁଇଁ କି ପତ୍ର ନୁହେଁ ଫୁଲ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ, ଜାଣନ୍ତୁ କେଉଁ ରୋଗୀ ଏହାକୁ ଖାଇଲେ ମିଳିଥାଏ ଉପଶମ

239

କନକ ବ୍ୟୁରୋ : ଗାଁ ଗହଳୀ ଠାରୁ ସହରୀ ଲୋକ ପର୍ଯ୍ୟନ୍ତ ସଜନା ପତ୍ରକୁ ସାଗକରି ଖାଇବା ଓ ତାର ଛୁଇଁକୁ ତରକାରୀ କରି ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି । ବିଶେଷ କରି ସମ୍ବରରେ ସଜନା ଛୁଇଁର ବ୍ୟବହାର ଅଧିକ ହୋଇଥାଏ । ଏବେ ଆମେ ଆପଣଙ୍କୁ କହିବୁ ସଜନା ଛୁଇଁ ତ ନିଶ୍ଚିନ୍ତ ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ଲାଭ ଦାୟକ ହେଲେ ଆପଣ ଜାଣିଛନ୍ତି କି ଛୁଇଁ ଠାରୁ ସଜନାର ଫୁଲ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭ ଦାୟକ ।

କହିରଖୁ କି ସଜନା ଫୁଲରେ ପ୍ରୋଟି ଓ ଅନେକ ପ୍ରକାରର ଭିଟାମିନ ଭରପୁର ହୋଇ ରହିଛି । ଏଣୁ ଏହାକୁ ସ୍ୱାସ୍ଥ୍ୟପାଇଁ ବେସ ଲାଭଦାୟକ ବୋଲି କୁହାଯାଏ । ସଜନା ଫୁଲ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଶାରିରୀକ ସମସ୍ୟାରୁ ମୁକ୍ତିମିଳିଥାଏ ।

ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସଜନା ଫୁଲ ବେସ ସହାୟକ ହୋଇଥାଏ । ଏହାକୁ ଆପଣ ଖାଦ୍ୟରେ ସାମିଲ କଲେ ସଂକ୍ରମଣ ଜନିତ ରୋଗ କମ୍ ହୋଇଥାଏ । ସଜନା ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରକୁ କ୍ଷତି ପହଂଚାଉଥିବା ଫ୍ରି ରେଡକଲ୍ସର ପ୍ରଭାବ କମ୍ କରିବାରେ ଏହା ସହାୟକ ହୋଇଥାଏ ।

ସଜନା ଫୁଲରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ପାଚନ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହାସହ ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପେଟରେ ସଂକ୍ରମଣ, ଅଲସର, ଗ୍ୟାସ ଭଳି ସମସ୍ୟାକୁ ଦୂର କରିଥାଏ ।

ଯଦି ଆପଣଙ୍କର ଓଜନ ଅସ୍ୱଭାବିକ ଭାବେ ବୃଦ୍ଧି ପାଉଛି ତେବେ ଆପଣଙ୍କ ପାଇଁ ସଜନା ଫୁଲ ରାମବାଣ ଭଳି କାମ କରିଥାଏ । ଏହି ଫୁଲରେ କ୍ୟାଲୋରୀଜେନିକ ଏସିଡ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଯାହା ଶରୀରରେ ଜମାଟ ବାନ୍ଧୁ ଥିବା ଏକ୍ସଟ୍ରା ଚର୍ବିକୁ ତରଳାଇବାରେ ସହାୟକ ହୋଇଥାଏ । ଏହାସହ ଏହି ଫୁଲରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ଭୋକକୁ ବି କଣ୍ଟ୍ରୋଲ କରିଥାଏ ।

ପୁରୁଷ ମାନଙ୍କର ଶକ୍ତି ବୃଦ୍ଧି କରିବାରେ ବି ସଜନା ଫୁଲ ସହାୟକ ହୋଇଥାଏ । ଏହି ଫୁଲକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆଳସ୍ୟ ଓ ଦୁର୍ବଳତା ଦୂର ହୋଇଥାଏ ।

ଅନେକ ଥର ଦେଖିବାକୁ ମିଳିଥାଏ ଯେ ମହିଳାମାନେ ପିଲାଜନ୍ମ କରିବା ପରେ ସେମାନଙ୍କ ଶରୀରରେ କ୍ଷୀର ଉତ୍ପାଦନ କରିବାର ଶକ୍ତି କମଥାଏ । ଏଥିରୁ ମୁକ୍ତି ପାଇବାକୁ ସଜନା ଫୁଲକୁ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ ।