ଦେଶର ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ: ୩ ଜଣ ଇଂଟରନ୍ୟାସନାଲ କ୍ରିଏଟରଙ୍କ ସମେତ ୨୩ ଜଣ ବିଜେତା ହେଲେ ସମ୍ମାନିତ

108

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଥମ ନ୍ୟାସନାଲ କଟେଂଟ୍ କ୍ରିଏଟର ଆୱାଡ । ସୋସିଆଲ ମିଡିଆ ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏଭଳି ଆୱାର୍ଡ କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି । ଦିଲ୍ଲୀ ଭାରତ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ପରିପର୍ତନ, ପରିବେଶ ନିୟନ୍ତ୍ରଣ ଓ ଶିକ୍ଷା ଭଳି ୨୦ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ବିଭାଗ ପାଇଁ ଦେଢ଼ ଲକ୍ଷ ନୋମିନେସନ ଆସିଥିବା ବେଳେ ଡିଜିଟାଲ ମାଧ୍ୟମରେ ୧୦ ଲକ୍ଷ ଭୋଟ ଗ୍ରହଣ କରାଯାଇଛି । ୩ ଜଣ ଇଂଟରନ୍ୟାସନାଲ କ୍ରିଏଟରଙ୍କ ସମେତ ୨୩ ଜଣ ବିଜେତାଙ୍କୁ ଲୋକଙ୍କ ଭୋଟ ଆଧାରରେ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବର ଲୋକପ୍ରିୟ ଚେହେରା ରଣବୀର ଆହ୍ଲାବାଦିଆଙ୍କୁ ନ୍ୟାଶନାଲ କ୍ରିଏଟର ଆୱାର୍ଡ ଦେବା ସମୟରେ ମୋଦୀ ନିଦକୁ ନେଇ ଏକ ମଜାଳିଆ କଥା କହିଥିଲେ ।