ଭାଙ୍ଗିବନି ଘର, ବସିବ ନୂଆ ସଂସାର । କୋର୍ଟରେ ଦେବକୀଙ୍କର ହେବ ପୁଣିଥରେ ବାହାଘର । ବାଇକ୍ ଏବଂ ମାଂସ ପାଇଁ ହେଇଥିଲା ବିବାଦ…

3,116

କନକ ବ୍ୟୁରୋ: ଭାଙ୍ଗିବନି ଘର । ସ୍ୱାମୀଙ୍କ ପାଖକୁ ଫେରିଯିବେ ଦେବକୀ । ଯୌତୁକରେ ବାଇକ୍ ପାଇଁ ଅଡ଼ି ବସୁଥିବା ଅର୍ଜୁନ୍ ନିଜର ଭୁଲ ବୁଝି ପାରିବା ପରେ, ଦେବକୀଙ୍କୁ ସାଥୀରେ ନେଇଯିବା ପାଇଁ ଶ୍ୱଶୁର ଘରକୁ ଆସିଛନ୍ତି । କ୍ଷଣିକ ରାଗରୁଷା ଓ ମାନ ଅଭିମାନକୁ ଭୁଲି ଯାଇ, ତାଙ୍କ ସହ ଯିବାକୁ ଫେରିଯିବା ପାଇଁ ଦେବକୀଙ୍କୁ ଅନୁରୋଧ କରିଛନ୍ତି ।

  • ଭାଙ୍ଗିବନି ଘର, ବସିବ ନୂଆ ସଂସାର
  • କୋର୍ଟରେ ପୁଣି ଥରେ ହେବ ବାହାଘର

ତୁଟିଲା ବିବାଦ । କୋର୍ଟରେ ମ୍ୟାରେଜ୍ ପରେ ଶାଶୂ ଘରକୁ ଯିବେ ଦେବକୀ । ଦେବକୀଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଦ଼ ବ୍ଲକ ସାରୁପଟା ଗାଁରେ । ୯ ତାରିଖରେ ବାଲିଗୁଡା ବାରିକିଆ ଗାଁର ଅର୍ଜୁନ ଦିଗାଲଙ୍କ ସହ ତାଙ୍କର ବିବାହ ହୋଇଥିଲା । ହେଲେ ବାହାଘର ପରେ କନ୍ୟା ପିତାଙ୍କୁ ଅର୍ଜୁନ ଦିଗାଲ ମାଗିଥିଲେ ନୂଆ ବାଇକ୍ । କନ୍ୟା ପରିବାର ବାଇକ୍ ଦେବାକୁ ଅକ୍ଷମ ବୋଲି କହିବାରୁ ଅର୍ଜୁନ ରାଗି ଯାଇ ତୁମ ଝିଅକୁ ନେଇଯାଅ କହିଥିଲେ । ବରର ଏଭଳି ଦାବି ପରେ ବାହାଘରର ପରଦିନ ମା’ ଘରକୁ ଫେରି ଆସିଥିବା ଦେବକୀ ଦିଗାଲ ।

ଏପଟେ ଭୋଜିରେ ମାଂସ କମ୍ ପଡ଼ିବା କାରଣରୁ ଭାଙ୍ଗିଯାଇଥିବା ବାହାଘର, ଘଟଣାରେ ଆସିଛି ନୂଆ ମୋଡ଼ । ବାହାହେବା ପାଇଁ ମୁହାଁମୁହିଁ ମନା କରିଦେଇଥିବା ସମ୍ବଲପୁରର ଝିଅଙ୍କୁ ବାହା ହେବା ପାଇଁ ଏବେ ଛୁଟିଛି ପ୍ରସ୍ତାବର ସୂଅ । ଏଭଳି ସାହାସୀ ଝିଅକୁ ବାହା ହେବା ପାଇଁ ଏକାଧିକ ଯୋଗ୍ୟପାତ୍ର ଇଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି ।