ଏସିଆ କପ୍ ପାଇଁ ଘୋଷଣା ହେଲା ତାରିଖ । ୩୧ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍,ପାକିିସ୍ତାନରେ ଚାରୋଟି ଓ ଶ୍ରୀଲଙ୍କାରେ ୩ଟି ମ୍ୟାଚ ଖେଳାଯିବା ନେଇ ଏସିଆନ କ୍ରିକେଟ କାଉନସିଲର ସୂଚନା

179

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଶେଷରେ ଏସିଆ କପ ୨୦୨୩ ପାଇଁ ତାରିଖ ଘୋଷଣା ହୋଇଛି । କେବଳ ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ କରିବାକୁ ନିଷ୍ପତି ନେଇଛି ଏସିଆନ କ୍ରିକେଟ କାଉଁନସିଲ । ଟୁର୍ଣ୍ଣାମେଂଟର ପୁରା ଖେଳସୂଚୀ ସାମ୍ନାକୁ ଆସିଛି । ଆସନ୍ତା ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ମାତ୍ର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ବାକି ୯ ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ବାଙ୍ଗଲାଦେଶ, ଆଫଗାନିସ୍ଥାନ, ନେପାଳ ୬ ଟି ଟିମକୁ ନେଇ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି । ତେବେ ଉଦଘାଟନୀ ମ୍ୟାଚ ପାକିସ୍ତାନରେ ଖେଳାଯିବ । ୬ ଟି ଟିମକୁ ଦୁଇ ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପର ଦୁଇଟି ଲେଖାଏଁ ଟିମକୁ ସୁପର ଫୋର ଷ୍ଟେଜ ପାଇଁ ଉର୍ତିଣ୍ଣ ହେବାକୁ ପଡିବ । ସୁପର ଫୋର ଷ୍ଟେଜର ଟପ୍ ଦୁଇଟି ଟିମ୍ ଫାଇନାଲ ଖେଳିବ । ପାକିସ୍ତାନରେ ଏସିଆ କପ ହେଲେ ଭାରତ ଖେଳିବାକୁ ଯିବ ନାହିଁ ବୋଲି କହିବା ପରେ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନ ଯିବାକୁ ମନା କରିଥିଲେ । ଫଳରେ ହ୍ରାଇବ୍ରିଡ ମଡେଲର ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି ।