ଧରାପଡିଲା ଦେଶର ସବୁଠୁ ବଡ କାର୍ ଚୋର । ୨୭ ବର୍ଷ ଭିତରେ ଚୋରି କରିଥିଲା ୫ ହଜାର କାର । ଶେଷରେ ବାନ୍ଧିଲା ପୋଲିସ ।

230

କନକ ବ୍ୟୁରୋ: ଦିଲ୍ଲୀ ପୋଲିସକୁ ବଡ ସଫଳତା । ଧରାପଡିଲା ଦେଶର ସବୁଠୁ ବଡ କାର ଚୋର୍ । ଦିଲ୍ଲୀ ପୋଲିସ ଦେଶର ସବୁଠୁ ବଡ କାର୍ ଚୋର ଅନିଲ ଚୌହାନକୁ ଗିରଫ କରିଛି । ତେବେ ଅନିଲ ୨୭ ବର୍ଷରେ ମୋଟ ୫ ହଜାର କାର୍ ଚୋରି କରିଥିବା ଅଭିଯୋଗ ରହିଛି । ଖାଲି ସେତିକି ନୁହେଁ, କାର ଚୋରି ସହିତ ହତ୍ୟା, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲା ମଧ୍ୟ ଅନିଲ ନାଁରେ ରହିଛି ।

କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଅନିଲ ଚୌହାନକୁ ଆସାମରୁ ଗିରଫ କରିଛି । କୁହାଯାଉଛି ଯେ, ଗତ ୨୭ ବର୍ଷ ଧରି ଅପରାଧ ଜଗତରେ ସକ୍ରିୟ ଥିଲା ଅନିଲ ଚୌହାନ । ୧୯୯୦ ଦଶକରେ ସେ ସବୁଠୁ ଅଧିକ ମାରୁତି ୮୦୦ କାର୍ ଚୋରି କରିଥିଲା । ଯାହାକୁ ସେ ଜାମ୍ମୁ କାଶ୍ମୀର ସହିତ ନେପାଳ, ଉତ୍ତରପ୍ରଦେଶ ଓ ଉତ୍ତର ପୂର୍ବ ରାଜ୍ୟରେ ବିକ୍ରି କରୁଥିଲା ।

ଅନୀଲ ଚୌହାନ ଆସାମ ସରକାରରେ ଜଣେ କ୍ଲାସ୍ କଣ୍ଟ୍ରାକ୍ଟର ଥିଲା । ଏହାପରେ ଇଡି ତା ଉପରେ ଚଢାଉ କରିବା ସହିତ ତା ସମ୍ପତ୍ତିକୁ ଜବତ କରିନେଇଥିଲା । ଏହାପରେ ଇଡି ତାର ସମସ୍ତ ସମ୍ପତ୍ତିକୁ ବିକ୍ରି କରିଦେଇଥିଲା । ଆଉ ଏହାପରେ ଅପରାଧ ଜଗତରେ ପାଦ ଥାପିଥିଲା ଅନିଲ ଚୌହାନ ।

୧୯୯୦ ମସିହାରେ ଅନିଲ ଚୌହାନ ଦିଲ୍ଲୀ ଖାନପୁର ଅଞ୍ଚଳରେ ଅଟୋ ରିକ୍ସା ଚଳାଉଥିଲା । ଯେଉଁଠୁ କି ସେ କାର୍ ଚୋରି କରିବା ଆରମ୍ଭ କରିଥିଲା । କାର ଚୋରି କରିବା ସହିତ ସେ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲା । କୁହାଯାଏ ଗତ ୭ ବର୍ଷ ତଳେ ଅନିଲ ଚୌହାନକୁ ଆସାମ ପୋଲିସ ଗିରଫ କରିଥିଲା । ସେତେବେଳକୁ ସେ ପ୍ରାୟ ସାଢେ ୪ ହଜାର କାର୍ ଚୋରି କରିସାରିଥିଲା । ଏବେ ପୋଲିସ ଅନିଲକୁ ପଚରାଉଚୁରା କରିବା ପରେ ସେ ସର୍ବମୋଟ ୫ ହଜାର କାର୍ ଚୋରି କରିଥିବା ଜଣାପଡିଛି ।