ଯୁଦ୍ଧରେ ଆହତ ହୋଇଥିବା ଯବାନଙ୍କ ପରିବାରକୁ ମିଳିବ ୪ ଗୁଣା ଅଧିକ ଆର୍ଥୀକ ସହାୟତା ! ବର୍ତ୍ତମାନ ୨ ଲକ୍ଷ ମିଳୁଥିବା ବେଳେ ଆଗକୁ ହେବ ୮ ଲକ୍ଷ ଟଙ୍କା । 

215

ଭାରତୀୟ ସେନାରେ ଲମ୍ବା ସମୟରୁ ଉଠିଥିବା କଥାକୁ ମଞ୍ଜୁରୀ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ଆର୍ଥୀକ ସହାୟତାରେ ବୃଦ୍ଧି କରିବା ପାଇଁ ଅନେକ ସମୟରୁ କଥା ଉଠିଥିଲା । ବର୍ତ୍ତମାନ ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କୁ ୨ ଲକ୍ଷ ବଦଳରେ ୮ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ପେନସନ୍ , ସେନାର ସାମୁହିକ ବୀମା , ସେନା କଲ୍ୟାଣ ନିଧି ଏବଂ ଅନୁଗ୍ରହ ରାଶିକୁ ଛାଡି ଏହି ସହାୟତା ରାଶି ଦିଆଯିବ । ଶନିବାର ସେନା ଅଧିକାରୀଙ୍କ କହିବାନୁସାରେ , ଆର୍ଥୀକ ସହଯୋଗ ପାଇଁ ଯୁଦ୍ଧରେ ଆହତ ହୋଇଥିବା ସୈନ୍ୟଙ୍କୁ ସୈନ୍ୟ କଲ୍ୟାଣ ନିଧି (ଏବିସିଡବ୍ଲ୍ୟୁଏଫ୍) ରେ ଅର୍ଥ ଦିଆଯିବ ।

ତେବେ ବର୍ତ୍ତମାନ ଯୁଦ୍ଧରେ ସହିଦ୍ ହୋଇଥିବା ସୈନ୍ୟ ଏବଂ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଅପାଙ୍ଗତା ସହ୍ୟ କରିଥିବା ସୈନ୍ୟଙ୍କ ସହ ଅନ୍ୟ ଶ୍ରେଣୀରେ ଆସୁଥିବା ଯବାନଙ୍କୁ ବି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥୀକ ସହାୟତା ଦିଆଯାଉଛି । ୬୦ ପ୍ରତିଶତରୁ କମ୍ ଅପାଙ୍ଗତା ପାଇଥିବା ଯବାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିଥାଏ ।