ପଶ୍ଚିମବଙ୍ଗ ମମତା ସରକାରକୁ ହାଇକୋର୍ଟଙ୍କ ବଡ ଝଟକା । ୧୩ ବର୍ଷ ଭିତରେ ଜାରି କରିଥିବା ସମସ୍ତ ଓବିସି ସାର୍ଟିଫିକେଟ୍ ରଦ୍ଦ ।

458

କନକ ବ୍ୟୁରୋ: ଓବିସି ସାର୍ଟିଫିକେଟକୁ ନେଇ କୋଲକାତା ହାଇକୋର୍ଟଙ୍କ ବଡ ଫୈସଲା । ୨୦୧୦ ମସିହା ପରେ ପ୍ରସ୍ତୁତ ହେଇଥିବା ଓବିସି ସୂଚୀକୁ ରଦ୍ଦ କଲେ ପଶ୍ଚିମବଙ୍ଗ ହାଇକୋର୍ଟ । କୋଲକାତା ହାଇକୋର୍ଟ କହିଛନ୍ତି ଯେ, ଏବେ କୌଣସି ବି ନୂଆ ପ୍ରମାଣପତ୍ର ଜାରି କରାଯିବନି ।

ତେବେ କୋଲକାତା ହାଇକୋର୍ଟ ଏହାସହିତ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଓବିସି ସୂଚୀକୁ ରଦ୍ଦ କଲେ ବି, ଏହା ଆଧାରରେ ଚାକିରି ପାଇଥିବା ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ଏହି ଆଧାରରେ ଚାକିରି ପାଇଥିବେ, ସେମାନଙ୍କର ଚାକିରି ପୂର୍ବଭଳି ଜାରି ରହିବ ବୋଲି କୋଲକାତା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

କୋର୍ଟ କହିଥିଲେ ଯେ, ୨୦୧୧ରୁ ୨୦୨୪ ଭିତରେ ରାଜ୍ୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଓବିସି ପ୍ରମାଣପତ୍ରକୁ ରଦ୍ଦ କରାଯାଉଛି । ୨୦୧୦ ପରେ ସମସ୍ତ ଓବିସି ସଂରକ୍ଷଣ ସୂଚୀକୁ ରଦ୍ଦ କରିଦିଆଯାଉଛି । ତେବେ ୨୦୧୦ ପୂର୍ବରୁ ପଞ୍ଜୀକୃତ ହେଇଥିବା ଓବିସି ସୂଚୀକୁ ରଦ୍ଦ କରିନାହାଁନ୍ତି କୋର୍ଟ । ଯାହାକି ପଶ୍ଚିମବଙ୍ଗର ମମତା ସରକାରକୁ ଏକ ବଡ ଝଟକା ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, କୋର୍ଟଙ୍କ ଏଭଳି ରାୟ ପଶ୍ଚିମବଙ୍ଗ ରାଜନୀତିକୁ ମଧ୍ୟ ସରଗରମ କରିଛି ।