ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା : ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ଦିନ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ

136

କନକ ବ୍ୟୁରୋ : ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଦୁଇ ଦିନ ବଢାଇବାକୁ ରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଛି । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢିବା ନେଇ ଆଶା ସଂଚାର ହୋଇଛି । ଯଦି ବାଲିଯାତ୍ରାର ଅବଦ୍ଧି ଆଉ ଦୁଇ ଦିନ ବୃଦ୍ଧି ହୁଏ ବୁଧବାର ବଦଳରେ ଶୁକ୍ରବାର ଯାଏଁ ମେଳା ଜମିବ ।

ଏ ନେଇ ପ୍ରାଥମିକ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ସିଏମସି ମେୟର ସୁବାସ ସିଂ । ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ତେଣୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ବୃଦ୍ଧି ପାଇଁ ଦାବି କରାଯାଉଛି । ଏହା ଦ୍ୱାରା ବ୍ୟବସୟୀଙ୍କ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଯାତ୍ରାର ମଜା ନେଇପାରିବେ ।