ରାଜ୍ୟରେ ବଢୁଛି ଶୀତ : ୧୪ ସହରରେ ପାରଦ ୧୫ ଡିଗ୍ରୀ ତଳେ; କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

95

କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ୧୪ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୬ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ରାତି ତାପମାତ୍ରା ୧୧ ଦଶମିକ ୫, କୋରାପୁଟ ସେମିଳିଗୁଡାରେ ୧୦ ଦଶମିକ ୩, ସୁନ୍ଦରଗଡ କିରେଇରେ ୧୧ ଦଶମିକ ୭, ଦାରିଙ୍ଗବାଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କଟକ ଓ ଭୁବନେଶ୍ୱରର ରାତି ତାପମାତ୍ରା ମଧ୍ୟ କମ୍ ରହୁଛି । ଆଗାମୀ ୪ରୁ ୫ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ଡିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।