ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚ । ଗୁଳିମାଡ଼ ପଛର ଗୁମର ଖୋଲିବାକୁ ଛାନଭିନ୍ କରୁଛି ଟିମ୍ ।

4,635

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଖୋଲିବ କି ଗୋପାଳ ଗୁଳି ପଛର ଗୁମର? ଅଭିଯୁକ୍ତ ଗୋପାଳର ଘରେ ପହଞ୍ଚିିଛି କ୍ରାଇମବ୍ରାଞ୍ଚ ଟିମ୍ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ପଚରା ଉଚରା କରିବ ଏହି ଟିମ୍ । ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ ।

ଏପଟେ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ । ନିଜେ ଅନୁଧ୍ୟାନ କରୁଛନ୍ତି ଏଡିଜି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଉପସ୍ଥିତ ଅଛନ୍ତି । କ୍ରାଇମ ସ୍ପଟରେ ଡିଜିଟାଲ ସ୍କାନର ଲଗାଯାଇଛି । ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି । ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବୋରୋଟାରୀକୁ ପଠାଯାଇଛି ।