କୁଆଡେ ଗଲା ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି ? ଘଟଣାସ୍ଥଳରେ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍

22,725

କନକ ବ୍ୟୁରୋ : ନବଦାସଙ୍କୁ ହୋଇଥିବା ଗୁଳିକାଣ୍ଡ ସ୍ଥାନରେ କ୍ରାଇମବ୍ରାଞ୍ଚ ଓ ଫରେନସିକ୍ ଟିମର ଛାନଭିନ କରିଛି । ଘଟଣାସ୍ଥଳରେ ପହଞ୍ଚି ନିଜେ ଅନୁଧ୍ୟାନ କରିଛନ୍ତି ଏଡିଜି ଅରୁଣ ବୋଥ୍ରା । କ୍ରାଇମସ୍ପଟରେ ଡିଜିଟାଲ ସ୍କାନର ଲଗାଯାଇଛି । ତଦନ୍ତରେ ସହଯୋଗ ପାଇଁ ଦିଲ୍ଲୀରୁ ଆସିଛନ୍ତି ସ୍ୱତନ୍ତ୍ର ଟିମ୍ । ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ମନ୍ତ୍ରୀ ନବଦାସଙ୍କ ଛାତି ଚିରି ପାର ହୋଇଯାଇଥିଲା ଗୁଳି । ଘଟଣାସ୍ଥଳରୁ ମିଳିଛି ଦୁଇଟି ଗୁଳିର ଖୋକା । ତେବେ ଯେଉଁ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ସେହି ଗୁଳିକୁ ଖୋଜା ଚାଲିଛି । ଗୁଳି ପିଠିପଟେ ବାହାରି ଚାଲିଯାଇଥିବାରୁ ଘଟଣାସ୍ଥଳରେ ପଡ଼ିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଫାରୋ କ୍ୟାମେରା ଲଗାଇଲା କ୍ରାଇମବ୍ରାଞ୍ଚ । ବେଲଜିୟମ ତିଆରି ବନ୍ଧୁକରୁ ଗୁଳି ହୋଇଥିବା ସୂଚନା ମିଳିଛି ।