ଦେଶରେ ସ୍ଥିର ରହିଛି କରୋନା ସଂକ୍ରମଣ , ଗତ ୨୪ ଘଂଟାରେ ୪୧,୬୪୯ ସଂକ୍ରମିତ ଚିହ୍ନଟ, ୫୯୩ ଜଣଙ୍କ ମୃତ୍ୟୁ

66

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବଦିନ ତୁଳନାରେ କିଛି କମ୍ ରହିଛି । ଗତ ୨୪ ଘଂଟାରେ ଦେଶରେ ୪୧,୬୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୫୯୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୬,୧୩,୯୯୩ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ଆକ୍ଟିଭ ମାମଲା ୪,୦୮,୯୨୦ ଥିବା ବେଳେ ୩,୦୭,୮୧,୨୬୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୨୩,୮୧୦ ରେ ପହଂଚିଛି । ଏହାସହ କରୋନା ବିରୋଧି ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତମାନ ପର୍ଯ୍ୟନ୍ତ ୪୬,୧୫,୧୮,୪୭୯ ଜଣଙ୍କୁ ଟିକା ଦିଆ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୫୨,୯୯,୦୩୬ ଜଣଙ୍କୁ ଟିକା ଦିଆଯାଇଛି ।

ଅନ୍ୟପଟେ କେରଳରେ ଲାଗତର ଚତୁର୍ଥ ଦିନରେ ବି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଉପରେ ରହିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କେରଳରୁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ଏହାକୁ ନେଇ କେରଳ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଥିବା ବେଳେ ବଢୁଥିବା କରୋନା ସଂକ୍ରମଣର କାରଣ ଜାଣିବାକୁ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରୁଛି ।