୫ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଲା ଶୈଶବ : ଟଙ୍କା ସୁଝି ନପାରି ୨ ନାବାଳକଙ୍କୁ ବନ୍ଧା ପକାଇ ଦେଲା ବାପା; ଜାଲ ଧରି ଚିଲିକାରେ ମାଛ ମାରିବାକୁ ଯାଉଛନ୍ତି ୨ ପିଲା

143

କନକ ବ୍ୟୁରୋ : ୫ହଜାର ଟଙ୍କା ପାଇଁ ବନ୍ଧା ପଡିଛି ଶୈଶବ । ବାପା ନେଇଥିବା ୫ହଜାର ଟଙ୍କା ସୁଝି ନ ପାରିବାରୁ ଦୁଇ ନାବାଳକ ପୁଅଙ୍କୁ ବନ୍ଧା ପକାଇଛି । ଯେଉଁ ବୟସରେ ହାତରେ କଲମ ରହିବା କଥା ସେହି ବୟସରେ ପରିବାର ଚଳାଇବା ଏବଂ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କାତ ଓ ଜାଲ ଧରି ଅକାତକାତ ପାଣିରେ ମାଛ ଧରିବା ପାଇଁ ବାହାରି ପଡିଛନ୍ତି ।

ଟାଙ୍ଗି ଅଂଳଚର ଦୁଇ ନାବାଳକଙ୍କ ବାପା ପୁରୀ ଜିଲ୍ଲା କଣାସ ବ୍ଲକ ଦୟାବିହାର ଗାଁର ଜଣେ ଚିଙ୍ଗୁଡି ବେପାରୀଙ୍କ ଠାରୁ ୫ହଜାର ଟଙ୍କା ଧାର ନେଇଥିଲେ । କିନ୍ତୁ ଧାର ଟଙ୍କା ସୁଝିନପାରିବାରୁ ବାପା ତାଙ୍କୁ ଏଠାରେ ବନ୍ଧା ପକାଇ ଦେଇଥିବା ପିଲାମାନେ କହିଛନ୍ତି । ଏବେ ପିଲାମାନେ ଚିଲିକାକୁ ମାଛ ଧରିବା ପାଇଁ ଯାଉଥିବା ବେଳେ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ଏମାନଙ୍କ ବୟସ ୧୨-୧୪ ବର୍ଷ ହେବ ବୋଲି ଜଣାପଡିଛି ।