ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରି ମାମଲା : ଥମୁନି ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ । ଅଦାଳତର ଭର୍ତ୍ସନା ଓ ଜରିମାନା ସ୍ୱତ୍ୱେ କେଜ୍ରିୱାଲ ପୁଣି ଦୋହରାଇଲେ ଦାବି

450

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ଥମୁନି ବିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ସେହି ବିବାଦ ପୁଣି ଥରେ ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତର ସାର୍ଟିଫିକେଟ ପାଇଁ ଆରଟିଆ ମାଧ୍ୟମରେ ଆବେଦନ କରିବା ପରେ ଏହି ବିବାଦ ପୁଣି ଥରେ ଆରମ୍ଭ ହୋଇଛି । ବିବାଦ ବଢ଼ିବା ପରେ, ମାମଲା ଗୁଜୁରାଟ ହାଇକୋର୍ଟରେ ପହଁଚିଥିଲା । ଆଉ ଗୁଜୁରାଟ କୋର୍ଟ ମାମଲାର ଶୁଣାଣି କରି, ସାର୍ଟିଫିକେଟ ଦେବାକୁ ମୁଖ୍ୟ ସୂଚନା ଆୟୁକ୍ତ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି ।

କହିଛନ୍ତି, କେଜ୍ରିୱାଲ ଆରଟିଆଇ ଆଇନକୁ ଉପହାସ କରିଛନ୍ତି ଏବଂ ଏହା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ପ୍ରତିଫଳିତ ହେଉଛି । ଏଥିସହ କୋର୍ଟ କହିଛନ୍ତି, ଜଣେ ନେତାଙ୍କ ଚରିତ୍ର ଏବଂ ଜନମଂଗଳକର କାର୍ଯ୍ୟ ପାଇଁ ସେ କେତେ ମାତ୍ରାରେ ଚିନ୍ତିତ ତାହା ଗୁରୁତ୍ୱ ବହନ କରେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ନୁହେଁ । ନିର୍ବାଚନରେ ଲଢ଼ିବା ପାଇଁ କୌଣସି ବାଧ୍ୟତାମୂଳକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ନେତାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ସେମାନଙ୍କ ଅଭିଜ୍ଞତା ଓ ବାସ୍ତବ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ । ଜଣେ ନେତା କେତେ ଯୋଗ୍ୟ , କେତେ ଭଲ ତାହା ନିର୍ଭର କରେ ତାଙ୍କ ଚରିତ୍ର, କର୍ତବ୍ୟନ୍ୟଷ୍ଠା ଏବଂ ଜନମଂଗଳ ପ୍ରତି ସେ କେତେ ଚିନ୍ତିତ ତା ଉପରେ । ଏହିସବୁ ଗୁଣ ଉପରେ ଉଚ୍ଚଶିକ୍ଷିତ ନେତାଙ୍କର ଏକଚାଟିଆ ଅଧିକାର ନାହିଁ । ଏଥିପାଇଁ କୋର୍ଟ କେଜ୍ରିୱାଲଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ବିରୋଧରେ ୨୫ହଜାର ଟଙ୍କା ଜରିମାନା କରିଛନ୍ତି । ଅନ୍ୟପକ୍ଷରେ କେଜ୍ରିୱାଲ ହାଇକୋର୍ଟଙ୍କ ଭର୍ତ୍ସନା ସତ୍ୱେ ପ୍ରଶ୍ନ ଉଠାଇଛନ୍ତି ଓ ଦାବିକୁ ଦୋହରାଇଛନ୍ତି ।