ବିହାରରେ ମୋର୍ଚ୍ଚା ସମ୍ଭାଳିବେ ଅର୍ଦ୍ଧସାମରିକ ବଳ । ହିଂସା ନେଇ ଗଭର୍ଣ୍ଣରଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

123

କନକ ବ୍ୟୁରୋ: ବିହାରର ଭିନ୍ନ ଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ଉଗ୍ର ହେବାରେ ଲାଗିଛି । ଏଭଳି ସ୍ଥଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ବିହାର ରାଜ୍ୟପାଳରଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସ୍ଥିତି ନିୟନ୍ତ୍ରଣ କରିାକୁ ବିହାରକୁ ପଠାଯାଇଛି ୧୦ ଟ୍ରୁପ୍ ଅର୍ଦ୍ଧସାମରିକ ବଳ । ଏଥିରେ ସାମିଲ ଅଛନ୍ତି ସିଆରପିଏଫ୍, ଏସଏସବି ଓ ଆଇଟିବିପି ଯବାନ୍ ।

ହିଂସା ନିୟନ୍ତ୍ରଣ କରିବାକୁ ଅର୍ଦ୍ଧସାମରିକ ବଳକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଇଛି । ଶନିବାର ରାତିରେ ଦଙ୍ଗା ପରେ ଗୁଳିମାଡ ଓ ବିସ୍ଫୋରଣ ହେବା ପରେ ଗୃହମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇ ବିହାରକୁ ସୁରକ୍ଷାବଳ ପଠାଇଛନ୍ତି । ସୂଚନା ମୁତାବକ, ବିସ୍ଫୋରଣ ଓ ଗୁଳିମାଡରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି ।