୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ । ରକେଟ୍ରି ପାଇଲା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର,ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ସର୍ବଶ୍ରେଷ୍ଠ ଅଭିନେତା

598

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ବିଜ୍ଞାନଭବନରେ ଆୟୋଜିତ ହୋଇଛି ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର କାର୍ଯ୍ୟକ୍ରମ । ସର୍ବଶ୍ରେଷ୍ଠ ଫିଚର ଚଳଚିତ୍ର ପାଇଁ ରକେଟ୍ରିକୁ ସମ୍ମାନିତ କରାଯାଇଛି   । ସେହିପରି ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ପୁରସ୍କାର ହାତେଇଛି ସର୍ଦ୍ଦାର ଉଧମ ସିଂ । ଆରଆରଆରକୁ ମିଳିଛି ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚିତ୍ର ସମ୍ମାନ । ଫିଲ୍ମ ଗୋଦାବରୀ ପାଇଁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ନିଖିଲ ମହାଜନଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଫିଲ୍ମ ପୁଷ୍ପାରେ ଦମଦାର ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ଅଲ୍ଲୁ ଅର୍ଜୁନ, ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କ୍ରିତି ସାନନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ମିମି ପାଇଁ ପଙ୍କଜ ତ୍ରୀପାଠିଙ୍କୁ ମିଳିଛି ସର୍ବଶ୍ରେଷ୍ଠ ସହ ଅଭିନେତା ପୁରସ୍କାର । ପଲ୍ଲବୀ ଯୋଶୀ, ଦ କଶ୍ମୀର ଫାଇଲ୍ସ ପାଇଁ ପାଇଛନ୍ତି ସର୍ବଶ୍ରେଷ୍ଠ ସହ-ଅଭିନେତ୍ରୀ ସମ୍ମାନ । ଜାତୀୟ ଚଳଚିତ୍ର ପୁରସ୍କାରରେ ସର୍ବଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଦେବୀ ପ୍ରସାଦ ବାଜି ମାରିଛନ୍ତି ।

ଶ୍ରେଷ୍ଠ ଶିଶୁ କଳାକାର ଭାବେ ଭବିନ ରବାରୀ ଏହି ଜାତୀୟ ପୁରସ୍କାର ଜିତିଛନ୍ତି । ସେପଟେ ଦାଦା ସାହେବ ଫାଲକେ ପୁରସ୍କାରରେ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହେମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

୧୯୫୪ ମସିହାରରୁ ସିନେମା ଜଗତର ସବୁଠୁ ସମ୍ମାନଜନକ ତଥା ବଡ ପୁରସ୍କାର ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ହିନ୍ଦୀ ତଥା ଆଂଚଳିକ ସିନେମାକୁ ସମ୍ମାନିତ କରାଯିବା ସହ ବିଭିନ୍ନ ବର୍ଗରେ ଉଲ୍ଲେଖେନୀୟ ଅବଦାନ ପାଇଁ କଳାକାର. ନିର୍ଦ୍ଦେଶକ ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଏ ସମ୍ମାନଜନକ ଜାତୀୟ ଚଳଚିତ୍ର ପୁରସ୍କାର