ଭାରତ-ଆମେରିକା ପ୍ରତିରକ୍ଷା ଚୁକ୍ତି ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ ‘ ଅନ୍ୟଦେଶ ତୁଳନାରେ ୪ଗୁଣା ଦାମରେ ଆମେରିକା ଠାରୁ ଡ୍ରୋନ କିଣିବ ଭାରତ ସରକାର’

432

କନକ ବ୍ୟୁରୋ : ନିକଟରେ ମପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଦୁଇ ଦେଶ ମଧରେ ଗୁରୁତ୍ୱପୂର୍ଣ୍ଣ ତଥା ବଡ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଏହି ପ୍ରତିରକ୍ଷା ଡିଲକୁ ନେଇ ବଡ ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଆମେରିକାଠୁ ଭାରତ ଯେଉଁ ପ୍ରିଡେଟର ଡ୍ରୋନ କିଣିବ ସେଥିରେ ବଡ ଦୁର୍ନିତୀ ହୋଇଛି । କାରଣ ଅନ୍ୟ ଦେଶ ତୁଳନାରେ ଭାରତ ସରକାର ୪ଗୁଣା ଅଧିକ ମୂଲ୍ୟ ଦେଇ ଆମେରିକାଠୁ ଡ୍ରୋନ କିଣିବ ।

ଗୋଟିଏ ଡ୍ରୋନକୁ ୮୮୦କୋଟି ଟଙ୍କା ଦେଇ ସରକାର କିଣୁଛନ୍ତି । ମୋଟ ୧୮ଟି ଡ୍ରୋନ କିଣାଯିବା ଓ ଏଥିରେ କାହାକୁ ଲାଭ ମିଳିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । କିଭଳି ସରକାର କ୍ୟାବିନେଟ କମିଟି ଅନ ସିକ୍ୟୁରିଟିଠୁ ମତାମତ ନଲୋଡି ଚୁକ୍ତି ସ୍ୱାକ୍ଷର କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଦଳ କହିଛି ଯେଉଁଭଳି ଭାବରେ ରାଫେଲ ଡିଲର ଦୁର୍ନିତି ହୋଇଥିଲା ଠିକ ସେଭଳି କିଛି ପିଡ୍ରେଟର ଡ୍ରୋନ ଚୁକ୍ତିରେ ମଧ୍ୟ ଦୁର୍ନୀତି ହୋଇଛି ।