ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ । ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ ।

167

କନକ ବ୍ୟୁରୋ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇପାରେ ବୋଲି ଡବ୍ଲୁଏଚଓ ଆଶଙ୍କା କରିଛି । ଯଦି ଭୂତାଣୁକୁ ନିୟନ୍ତ୍ରଣ ନକରାଯାଏ ତେବେ ଖୁବ ଶିଘ୍ର ଏହା ଗୋଷ୍ଠୀ ସଂକ୍ରମଣର ରୁପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି  । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ ସିଲଭି ବ୍ରେଣ୍ଡ କହିଛନ୍ତି ଯେ– ଏବେଠୁ ଭୂତାଣର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଜରୁରୀ । ଆବଶ୍ୟକ ପଡିଲେ କଟାଂକ୍ଟ ଟ୍ରେସିଂ, ଗୃହ ସଂଗରୋଧ ଭଳି ପଦକ୍ଷେପ ମଧ୍ୟ ନିଆଯିବା ଆବଶ୍ୟକ । ଉଚିତ ପଦକ୍ଷେପ ଓ ଯଥେଷ୍ଟ ସର୍ତକତା ଅବଲମ୍ବନ କରି ଏହି ଭାଇରସକୁ ରୋକି ହେବ । ଡବ୍ଲ୍ୟୁଏଚଓ କହିଛି ଯଦିଓ ଏହା ସାଧାରଣ ଇନଫେକ୍ସନ ଭଳି ତେବେ ୟୁରୋପରେ ଯେଉଁ ଭାବରେ ବ୍ୟାପୁଛି ତାହା ନିଶ୍ଚିତଭାବେ ଏକ ଚିନ୍ତାଜନକ ବିଷୟ ।

ଭାରତରେ ଏପର୍ଯ୍ୟନ୍ତ ମଙ୍କିପସ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ବି ଏହି ନୂଆ ଭାଇରସ ବିରୋଧୀ ଲଢେଇ ପାଇଁ ସରକାର ଅଂଟା ଭିଡିଛନ୍ତି । ମଙ୍କିପକ୍ସ ଭାଇରସକୁ ଚିହ୍ନଟ କରିବା ପାଇଁ ଖୁବ ଶିଘ୍ର ଭାରତୀୟ ବଜାରକୁ ଆସିବ ଆରଟିପିସିଆର ଟେଷ୍ଟ କିଟ୍ । ସୂଚନା ଅନୁସାରେ ଟ୍ରିଭିଟ୍ରୋନ ହେଲଥକେୟାର ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଟିମ ଏହି କିଟ ପ୍ରସ୍ତୁତ କରିଛି  । ନମୁନା ପରିକ୍ଷା ଠୁ ରିପୋର୍ଟ ପାଇବା ପାଇଁ କେବଳ ଏକ ଘଂଟା ଲାଗିବ । ମଙ୍କିପକ୍ସ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେଉଛି ତେବେ ଆଶ୍ୱସ୍ତିକର କଥା ଏହାକି ଏହି ଭାଇରସ ଦ୍ୱାରା କୌଣସି ମୃତ୍ୟୁ ସୂଚନା ମିଳିନି ।

ମଙ୍କିପକ୍ସକୁ ନେଇ ଉତରପ୍ରଦେଶରେ ଆର୍ଲଟ ଜାରି କରାଯାଇଛି । ଏହି ଭାଇରସ ସଂକ୍ରମିତ ଦେଶରୁ ଯେଉଁମାନେ ରାଜ୍ୟକୁ ଆସୁଛନ୍ତି ସେମାନଙ୍କ ପାଇଁ ଏସଓପି ଜାରି କରାଯାଇଛି ।୧୯୫୮ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଏହି ଭୂତାଣୁ ଚିହ୍ନଟ ହୋଇଥିଲା ।ବର୍ତମାନ ବିଭିନ୍ନ ୟୁରୋପ ଦେଶ ଓ ଆମେରିକାରେ ମଙ୍କିପକ୍ସରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବର୍ତମାନ କାନାଡା, ସ୍ପେନ, ଇସ୍ରାଏଲ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଆମେରିକା ୍ରଅଷ୍ଟ୍ରେଲିଆ ପରି ଦେଶରେ ୨୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି