ଶ୍ରୀଲଙ୍କାକୁ ମାନବିକତାର ହାତ ବଢାଇଲା ଭାରତ । ପଠାଇଲା ୨୫ ଟନ ଔଷଧ ଓ ଡାକ୍ତରୀ ଉପକରଣ । ଭାରତକୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

164

କନକ ବ୍ୟୁରୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । କାଙ୍ଗାଳ ସ୍ଥିତିରେ ପହଁଚିଥିବା ଦେଶରେ ଖାଦ୍ୟ ଅଭାବ ଦେଖାଯିବା ସହ ଅତ୍ୟାବଶକୀୟ ଜିନିଷ ପାଇବା ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଘଡିସନ୍ଧିମୂହୁର୍ତରେ ଶ୍ରୀଲଙ୍କାର ପ୍ରକୃତ ବନ୍ଧୁ ସାଜିଛି ଭାରତ । ଲଗାତାର ପଡୋଶୀ ଦେଶକୁ ସାହାଯ୍ୟ ସହଯୋଗର ହାତ ବଢାଉଛି ଭାରତ । ଖାଦ୍ୟ ସାମଗ୍ରୀଠୁ ନେଇ ଚିକିତ୍ସା ପାଇଁ ଆବଶକୀୟ ଉପକରଣ ଶ୍ରୀଲଙ୍କାକୁ ପଠାଯାଉଛି । ସାହାଯ୍ୟ ପାଇ ଏବେ ଭାରତକୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ।

ରାନିଲ କହିଛନ୍ତି ସଙ୍କଟ ସମୟରେ ଭାରତର ଯେଉଁ ସହାୟତା ପ୍ରଦାନ କରୁଛି ସେଥିପାଇଁ ଶ୍ରୀଲଙ୍କା ସରକାର ଓ ଦେଶବାସୀ ଚିର କୃତଜ୍ଞ । ସଙ୍କଟ ପରଠୁ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଉଛନ୍ତି ଭାରତ ସରାକର । ଆର୍ଥିକ ସହାୟତା ସହ ନିକଟରେ ଭାରତ ଶ୍ରୀଲଙ୍କାକୁ ୨୫ଟନରୁ ଅଧିକ ଚିକିତ୍ସା ଉପକରଣ ପଠାଇଛି । ପୂର୍ବରୁ ୯ହଜାର ମେଟ୍ରିକ ଟନ ଚାଉଳ,୨୦୦ ମେଟ୍ରିକ ଟନ ଦୁଗ୍ଧ ପାଉଡର, ୨୪ ମେଟ୍ରିକ ଟନ ଜୀବନ ଔଷଧ ପଠାଇଥିଲା ଭାରତ ।

ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏଭଳି ବଦଳିଛି ଯାଇଛି ଯେ ଦେଶରେ ମିଳୁନି ଅତ୍ୟାବଶକୀୟ ଜିନିଷ । ଚିକିତ୍ସା ପାଇଁ ଉପକରଣ ଘୋର ଅଭାବ । ଏହାରି ଭିତରେ ଦେଶର ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଅର୍ଥମନ୍ତ୍ରାଳୟକୁ ନିଜ ହାତକୁ ଦେଶର ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ।