ବିନା ପରୀକ୍ଷାରେ ନମ୍ବର । ଷ୍ଟାଫ ସିଲେକସନ କମିଶନ ପରେ ସର୍ବଅର୍ଡିନେଟ ଷ୍ଟାଫ ସିଲେକସନ କମିଶନକୁ ନେଇ ଆସିଲା ନିଯୁକ୍ତି ଦୁର୍ନୀତିର ଅଭିଯୋଗ

247

କନକ ବ୍ୟୁରୋ: ନିମାପଡ଼ାର ରାକେଶ କୁମାର ବରାଳଙ୍କୁ ଏହି ତଥ୍ୟ ଦେଇଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେଉଁ ପରୀକ୍ଷାର ଲିଖିତ ନମ୍ବର ତାଙ୍କୁ ଦିଆଯାଇଛି, ସେହି ପରିକ୍ଷା ହିଁ ଦେଇ ନାହାଁନ୍ତି ରାଜେଶ ବରାଳ । ନିଯୁକ୍ତି ପରୀକ୍ଷାରେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରଯାଇଥିବା ନେଇ ଅଭିଯୋଗ କରିବା ପରେ ରାଜେଶଙ୍କୁ ମିଳିଥିଲା ଏଭଳି ଉତର । ଯାହା ନିଯୁକ୍ତିରେ ଦୁର୍ନୀତି ହେଉଥିବା ସନ୍ଦେହକୁ ବଢ଼ାଇ ଦେଇଛି ।

ରାଜେଶ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପଦବୀରେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ସେ ଆପତି ଉଠାଇଥିଲେ । ଏପରିକି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କିଛିଦିନ ପରେ ତାଙ୍କ ଘର ଠିକଣାରେ ଏକ ଚିଠି ପହଂଚିଥିଲା । ଏଥିରେ ଓଡିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ସେଇ ଯୁବତୀଙ୍କ ନମ୍ବର ସହ ଅଭିଯୋଗକାରୀଙ୍କ ନମ୍ବର ମଧ୍ୟ ରହିଥିଲା ।

ଅଭିଯୋଗ ଅନୁସାରେ ଏହି ନିଯୁକ୍ତି ପଛରେ ଲୋକସେବା ଭବନର ଜଣେ ଡ୍ରାଇଭର ସୁରେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ଏପଟେ କିନ୍ତୁ ରାଜେଶ ବରାଳ ଯେଉଁ ଯୁବତୀଙ୍କ ନିଯୁକ୍ତିକୁ ପ୍ରଶ୍ନ ଉଠାଇଥିଲେ ତାଙ୍କ ପରିବାର ଲୋକ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଭଳି ସର୍ବଅର୍ଡିନେଟ ଷ୍ଟାଫ ସିଲେକସନ କମିଶନରେ ମଧ୍ୟ ନିଯୁକ୍ତି ଦୁର୍ନୀତି ନେଇ ସେତେବେଳେ ଅଭିଯୋଗ ଆସିଛି, ଯେତେବେଳେ ଚାକିରିଟିଏ ପାଇଁ ପରୀକ୍ଷାର୍ଥୀମାନେ ବର୍ଷ ବର୍ଷ ଧରି ଉଦ୍ୟମ କରୁନ୍ତି । ଚାକିରି ଆଶାରେ ଜଣେ ଜଣେ ଯୁବକ ୧୮ରୁ ୨୦ ଥର ପରୀକ୍ଷା ଦେଇ ମଧ୍ୟ ନିରାଶ ହେଉଛନ୍ତି ।