କୁସ୍ତିରେ ବଜରଙ୍ଗଙ୍କୁ ମିଳିଲା ବ୍ରୋଞ୍ଜ । ଅଳ୍ପକେ ପଦକରୁ ବଂଚିତ ହେଲେ ଗଲ୍ଫ ଖେଳାଳୀ ଅଦିତି ଅଶୋକ ।

203

କନକ ବ୍ୟୁରୋ: ଦେଶ ପାଇଁ ଆଉ ଏକ ପଦକ ଜିତି ଗୌରବ ଆଣିଛନ୍ତି ହରିୟାଣାର କୁସ୍ତି ଖେଳାଳୀ ବଜରଙ୍ଗ ପୁନିଆ । ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ୬୫ କେ.ଜି ବର୍ଗରେ କାଜଖସ୍ତାନର ରେସଲରଙ୍କୁ ମାତ ଦେଇ ବ୍ରୋଂଜ ପଦକ ହାତେଇଛନ୍ତି ବଜରଙ୍ଗ ପୁନିଆ । ସେପଟେ ଗଲ୍ଫ ଖେଳାଳୀ ଆଦିତି ଅଶୋକ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ରହି ମେଡାଲ ନଜିତିଥିଲେ ବି ମନ ଜିଣି ନେଇଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ୬୫ କେ.ଜି ବର୍ଗରେ କାଜଖସ୍ତାନର ରେସଲରଙ୍କୁ ହରାଇ ଦେଶ ପାଇଁ ଆଣିଛନ୍ତି ଗୌରବ । ପୁନିଆ ଖେଳର ଆରମ୍ଭରୁ ଚମକ୍ରାର ପ୍ରଦର୍ଶନ କରିଥିଲେ । କାଜକିସ୍ତାନର ଖେଲାଳି ଦଉଲତେ ନିଆଜବେକୋଭ୍ ପୁନିଆଙ୍କ ଆଗରେ ତିଷ୍ଠି ପାରି ନଥିଲେ, ଆଉ ୮-୦ରେ ମ୍ୟାଚ୍ ଜିତିନେଇ ଥଇଲେ ବଜରଙ୍ଗ ପୁନିଆ । ସେପଟେ ପୁନିଆ ପଦକ ଜିତିବା ପରେ ହରିଆଣାରେ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି । ବାଣ ଫୁଟାଇ, ମିଠା ଖୁଆଇ ଉତ୍ସବ ପାଳନ କରାଯାଇଛି । ସେପଟେ ହରିଆଣା ମୁଖ୍ୟମନ୍ତ୍ରୀ ମଧ୍ୟ ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ମହିଳା ଗଲ୍ଫ ଖେଳାଳୀ ଆଦିତି ଅଶୋକଙ୍କ ପ୍ରଦର୍ଶନ ମନ ଜିଣି ନେଇଛି । ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଗଲ୍ଫ ଖେଳାଳୀ ଆଦିତି ଅଶୋକ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ହେଲେ ତଥାପି ଭାରତବାସୀଙ୍କ ହୃଦୟ ଜିତି ନେଇଛନ୍ତି ଆଦିତି । ଫାଇନାଲରେ ୪ ନମ୍ବର ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ ବି ସଭିଁଙ୍କ ମନ ଜିଣି ନେଇଛନ୍ତି । ବିଶ୍ୱ ର୍ୟାଙ୍କିରେ ୨୦୦ରେ ଥିବା ଆଦିତି ଅଲିମ୍ପିକ୍ସରେ ୪ନମ୍ବରରେ ରହିଛନ୍ତି ।

ଗୋଟିଏ ପଟେ ବଜରଙ୍ଗ ପୁନିଆ ମେଡାଲ ଜିତିଛନ୍ତି, ସେପଟେ ଆଦିତି ଅଶୋକ ମେଡାଲ ନ ଜିତିକି ବି ଦେଶ ପାଇଁ ଗୌରବ ଆଣିଛନ୍ତି ।