ତାଇୱାନ ଆକାଶରେ ପୁଣି ଉଡିଲା ଚୀନର ଲଢୁଆ ବିମାନ। ୨୫ ବିମାନ ତାଇୱାନ ସୀମା ଭିତରେ ପ୍ରବେଶ କରିଥିବା ନେଇ ତାଇପେଇର ଦାବି।

106

କନକ ବ୍ୟୁରୋ: ଚୀନର ବିସ୍ତାରବାଦୀ ନୀତି ପାଇଁ ଏବେ ଭାରତ ସମେତ ପଡୋଶୀ ଦେଶମାନଙ୍କ ସହ ବିବାଦ ଲାଗିରହିଛି । ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିବା ବେଳେ ତାଇୱାନକୁ ପୁଣି ଡରାଇବାକୁ ଚେଷ୍ଟା କରିଛି ଚୀନ । ଚୀନର ପରମାଣୁ ଅସ୍ତ୍ର ବହନକାରୀ ୧୮ଟି ଏଚ୍-୬ ବୋମ୍ବର ବିମାନ ତାଇୱାନ ସୀମା ଭିତରେ ଉଡାଇଥିବା ତାଇପେଇ ଅଭିଯୋଗ କରିଛି । ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଗତ ୨୪ ଘଂଟା ମଧ୍ୟରେ ଚୀନର ୧୮ ପରମାଣୁ ବୋମା ବହନକାରୀ ବିମାନ ସହ ୨୧ ଟି ଲଢୁଆ ବିମାନ ତାଇୱାନ ଆକାଶରେ ଉଡାଇଛି । ଆଉ ଏହା ସେହି ସମୟରେ ଦେଖିବାକୁ ମିଳିଛି ଯେତେବେଳେ ଚୀନ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେଉଛି ।

ସୋମବାର ଅ।।ମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଆଟୋଂନି ବ୍ଲିଙ୍କେନ୍ ଚୀନ ଗସ୍ତରେ ଆସିଥିବା ବେଳେ ଚୀନର ସୁରକ୍ଷା ପରିଷଦର ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ପ୍ରସଙ୍ଗାରେ ଆଲୋଚନା କରିଛନ୍ତି । କିଛି ମାସ ପୂର୍ବରୁ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତକୁ ନେଇ ଅ।।ମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଥିଲା । ଆଉ ଏବେ ଉଭୟ ଦେଶର ଆଲୋଚନା ଚାଲିଥିବା ବେଳେ ତାଇୱାନକୁ ଡରାଇବାକୁ ଚେଷ୍ଟା କରିଛି ଚୀନ ।