ବୁଧବାର ଖେଳାଯିବ ଫିଫା ସେମିଫାଇନାଲ। ରାତି ୧୨.୩୦ରେ ମୁହାଁମୁହିଁ ହେବେ ଲିଓନେଲ ମେସି, ଲୁକା ମୋଡ୍ରିକ୍।

157

କନକ ବ୍ୟୁରୋ: ଫିଫା ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ବିଳମ୍ବିତ ରାତି ଅର୍ଥାତ ୧୪ ତାରିଖ ରାତି ୧୨ଟା ୩୦ ମିନିଟରେ ଖେଳାଯିବ । ଶେଷ ବିଶ୍ୱକପର ରନର୍ସଅପ୍ କ୍ରୋଏସିଆ ଦୁଇ ଥରର ଚମ୍ପିୟାନ ଆର୍ଜେଣ୍ଟିନାକୁ ଭେଟିବ । ଆର୍ଜେଣ୍ଟିନାର ଲିଓନେଲ ମେସି ଏବଂ କ୍ରୋଏସିଆର ଲୁକା ମୋଡ୍ରିକଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଯଦି ଆର୍ଜେଣ୍ଟିନା ଏହି ମ୍ୟାଚରେ ବିଜୟୀ ହେବ ତେବେ ଗତ ୩୬ ବର୍ଷର ରେକର୍ଡ ଭାଙ୍ଗି ଫାଇନାଲରେ ପ୍ରବେଶ କରିବ । ଏପଟେ ୨୦୧୮ରେ ଫ୍ରାନ୍ସଠୁ ହାରି ବିଶ୍ୱକପ ଜିତିବାର ଆଶା ହରାଇଥିବା କ୍ରୋଏସିଆ ଫାଇନାଲକୁ ଯିବାକୁ ଚେଷ୍ଟା କରିବ । ଏହି ଦୁଇଟି ଟିମ୍ ପେନାଲ୍ଟି ସୁଟ୍ଆଉଟ ଗୋଲରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଆର୍ଜେଣ୍ଟିନା ଏବଂ ନେଦରଲ୍ୟାଣ୍ଡ କ୍ୱାଟର ଫାଇନାଲରେ ମୋଟ ୧୭ଟି ୟେଲୋ କାର୍ଡ ଦିଆଯାଇଥିଲା । କ୍ରୋଏସିଆ ରାଙ୍କିରେ ଆର୍ଜେଣ୍ଟିନାଠୁ ପଛରେ ଥିବା ବେଳେ ଏପର୍ଯ୍ୟନ୍ତ ଫିଫା ବିଶ୍ୱକପ ଜିତିପାରିନାହିଁ । ରାଙ୍କିରେ କ୍ରୋଏସିଆ ୧୨ ନମ୍ବରରେ ଥିବା ବେଳେ ଆର୍ଜେଣ୍ଟିନା ୩ ନମ୍ବରରେ ଅଛି । ଆର୍ଜେଂଟିନା ମୋଟ ୪ ବିଶ୍ୱକପ ସେମିଫାଇନାଲକୁ ଯାଇଥିବା ବେଳେ କୌଣସି ଥର ହାରିନାହିଁ । ତେଣୁ ଆର୍ଜେଣ୍ଟିନାକୁ ଫେଭରାଇଟ୍ ଟିମ୍ ଭାବେ ଗଣାଯାଉଛି । ତେବେ ବୁଧବାର ସନ୍ଧ୍ୟାରେ ଗତଥରର ଚାମ୍ପିୟନ ଫ୍ରାନ୍ସକୁ ଭେଟିବ ପ୍ରଥମ ଥର ପାଇଁ ସେମିଫାଇନାଲକୁ ଯାଇଥିବା ଆଫ୍ରିକୀୟ ଦେଶ ମୋରୋକୋ ।