ନିର୍ବାଚନ ତାରିଖ ଘୋଷଣା ବେଳେ ନିର୍ବାଚନ କମିସନଙ୍କ ସାୟରି । ରହିମଙ୍କ ସାୟରି ସହ ନିଜେ ଲେଖିଥିବା କବିତା ଶୁଣାଇଲେ ରାଜୀବ କୁମାର

186

କନକ ବ୍ୟୁରୋ : ନିର୍ବାଚନ ବେଳେ ପରସ୍ପରକୁ ଆକ୍ଷେପ କରନ୍ତୁ ନାହିଁ । ନେତା ଏବଂ ରାଜନେତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନର । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପ୍ରଚାର ବେଳେ ଯାହା କୁହାଯାଉଛି ତାହା ସବୁଦିନ ପାଇଁ ଡିଜିଟାଲ ରେକର୍ଡ ହୋଇ ରହିବ । ତେଣୁ ଅପଶବ୍ଦରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ବ୍ୟକ୍ତିଗତ ଆକ୍ଷେପ କରିବା ଅପେକ୍ଷା ଗୋଟିଏ ସୌହାର୍ଦ୍ୟପୂର୍ଣ୍ଣ ନିର୍ବାଚନ ଲଢିବାକୁ ଅପିଲ୍ କରିଛନ୍ତି ନିର୍ବାଚନ କମିଶନର । ଏପରି କହି ରାଜୀବ କୁମାର ରହିମଙ୍କ କବିତା ବିଷୟରେ ଉଲ୍ଲେଖ କରିଛନ୍ତି ।

ସେହିପରି ଭୋଟରଙ୍କୁ ଫେକ୍ ନ୍ୟୁଜ ଉପରେ ଗୁରୁତ୍ୱ ନଦେବାକୁ କହିଛନ୍ତି । ମିଛ ସବୁବେଳେ ମିଛ । ଏହା କେବେ ସତ ହୋଇପାରିବ ନାହିଁ । ତେଣୁ ବିନା ଯାଂଚରେ ଦ୍ୱନ୍ଦ୍ୱ ଉପୁଯାଉଥିବା ପୋଷ୍ଟକୁ ସେୟାର ନକରିବାକୁ ଅପିଲ୍ କରିଛନ୍ତି ନିର୍ବାଚନ କମିଶନର ।

ସେହିପରି ଯେଉଁମାନେ ଇଭିଏମ୍ ଉପରେ ପ୍ରଶ୍ନ କରନ୍ତି ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ନିର୍ବାଚନ କମିଶନର । ଖାସ କରି ଯେଉଁମାନେ ହାରିଗଲେ ଇଭିଏମ ଉପରେ ପ୍ରଶ୍ନ ଉଠାନ୍ତି ସେମାନଙ୍କୁ ଟାର୍ଗେଟ କରିଛନ୍ତି । ରାଜୀବ କୁମାର ଇଭିଏମ୍ ରେ ପ୍ରଶ୍ନର ଉତ୍ତର ଦେଇ ସେ ନିଜେ ଲେଖିଥିବା କିଛି ଧାଡି ଶୁଣାଇଛନ୍ତି ।

ବଡ କଥା ହେଉଛି କଥା ଛଳରେ ଅନେକ କଥା କହିଛନ୍ତି ନିର୍ବାଚନ କମିଶନର । କିନ୍ତୁ ପ୍ରଚାର ବେଳେ ନେତାଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ରହୁଛି ଓ ନିର୍ବାଚନ ଆଚରଣ କିଭଳି ପାଳନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।