ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ୧୫ ହଜାର ଟଙ୍କା ବଣ୍ଡ ବଦଳରେ ଆଗୁଆ ଜାମିନ ଦେଲେ ରାଉଜ୍ ଆଭେନ୍ୟୁ କୋର୍ଟ

157

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ୧୫ ହଜାର ଟଙ୍କା ବଣ୍ଡ ବଦଳରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କଲେ ଦିଲ୍ଲୀ ରାଉସ ଆଭିନ୍ୟୁ କୋର୍ଟ । ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ କରିଥିଲା । ଯାହାକୁ ଏଡ଼ାଇ ଯାଉଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ୮ ଥର ସମନ ପରେ ବି ହାଜର ନ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି । ଏହାପରେ ଅଦାଲତଙ୍କ ପକ୍ଷରୁ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା । ଆଜି ୧୫ ହଜାର ଟଙ୍କା ବଣ୍ଡ ମୁଲଚାଲରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । କେଜ୍ରିୱାଲଙ୍କ ପାଇଁ ଦୁଇଜଣ ଆଇନଜୀବୀ ରମେଶ ଗୁପ୍ତା ଓ ରାଜୀବ ମୋହନ କୋର୍ଟରେ ପକ୍ଷ ରଖିଥିଲେ ।